୨୦୧୮ରେ ଜାରି ହୋଇପାରେ ନୂତନ ୧୦୦ଟଙ୍କିଆ ନୋଟ!

Advertisment
ପୁଣି ପଦାକୁ ଆସିଲା ଜାଲ୍‌ ନୋଟ କାରବାର, ୯ଟି ଜାଲ୍ ୨୦୦ ଟଙ୍କିଆ ନୋଟ୍‌ ଜବତ

NDTV.com

ନୂଆଦିଲ୍ଲୀ: ଗତବର୍ଷ କେନ୍ଦ୍ରସରକାର ଦୁର୍ନୀତି ଓ କଳାଧନ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ବିମୁଦ୍ରାୟନର ନିଷ୍ପତ୍ତି ନେଇଥିଲେ। ୨୦୧୬ ନଭେମ୍ବର ୮ ମଧ୍ୟ ରାତିରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ଅଚଳ ବୋଲି ଘୋଷଣା କରିଥିଲେ। ବିମୁଦ୍ରାୟନ ପରେ ୨୦୦୦ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିଲେ। ତେବେ ଏହି ୨୦୦୦ଟଙ୍କା ନୋଟ କାରବାରରେ ଲୋକମାନଙ୍କୁ ବହୁ ଅସୁବିଧା ପରିଲକ୍ଷିତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଚଳିତବର୍ଷ ୨୦୦ଟଙ୍କିଆ ନୋଟର ବାହାର କରିଥିଲେ।

ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଆଗମୀ ବର୍ଷ ନୂତନ ୧୦୦ଟଙ୍କିଆ ନୋଟ ବାହାର କରିବାର ଯୋଜନା ଚଳାଇଛି। ୨୦୧୮ ଏପ୍ରିଲରୁ ନୂତନ ୧୦୦ଟଙ୍କିଆ ନୋଟ ଛପା ହେବ ବୋଲି ବିଶେଷ ସୂତ୍ରରୁ ଜାଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe