ନୂଆଦିଲ୍ଲୀ: ବେଙ୍ଗାଲରୁସ୍ଥିତ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଆରସିବି ଦଳ ସମେତ ୪ଟି ଦଳ/ସଂଗଠନ ବିରୋଧରେ ମାମଲା ରୁଜୁ ହୋଇଛି। ଏବେ ରୟାଲ ଚ୍ୟାଲେଞ୍ଜର୍ସ ଦଳ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛି।
ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ହାଇକୋର୍ଟରେ ଆବେଦନ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କହିଛି,‘ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସସିଏ), ଡିଏନଏ ନେଟୱାର୍କସ୍ ଏବଂ ପୁଲିସ ଅଧିକାରୀଙ୍କ ସହିତ ପରାମର୍ଶ କରିବା ପରେ ହିଁ ବିଜୟ ପରେଡ୍ କରିବାକୁ ଘୋଷଣା କରାଯାଇଥିଲା।
ଏଥିସହିତ ଆରସିବି ପକ୍ଷରୁ କରାଯାଇଥିବା ପୋଷ୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା କି ଯେଉଁମାନେ ବେଙ୍ଗାଲୁରୁ ଦଳର ସରକାରୀ ୱେବସାଇଟରେ ପଞ୍ଜିକରଣ କରିଥିବେ ସେମାନଙ୍କୁ ହିଁ ଭିତରକୁ ପ୍ରବେଶ କରିବାରର ଅନୁମତି ଦିଆଯିବ।
ଏମିତି କି ଜୁନ୍ ୪ ତାରିଖ ସକାଳେ ଆରସିବି ଦଳକୁ ମୌଖିକ ଭାବରେ ଜଣାଇ ଦିଆଯାଇଥିଲା ଯେ ବେଙ୍ଗାଲୁରୁ ପୁଲିସ ବିଜୟ ପରେଡ୍ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି। ଏହା ମଧ୍ୟ କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଧାନ ସୌଧରେ ବେଙ୍ଗାଲୁରୁ ଦଳକୁ ସମ୍ମାନିତ କରିବାକୁ ଯୋଜନା କରିଛନ୍ତି।’
Follow Us