ଜେଡିୟୁରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂହ

Advertisment
ଜେଡିୟୁରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂହ

ପାଟନା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦିନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଖାସ କୁହାଯାଉଥିବା ଆରସିପି ସିଂ ଜେଡିୟୁରୁ ​​ଇସ୍ତଫା ଦେଇଛନ୍ତି। ନିକଟରେ ଜେଡିୟୁର କିଛି କାର୍ଯ୍ୟକର୍ତ୍ତା ଆରସିପି ସିଂଙ୍କର ଅନେକ ସ୍ଥାନରେ ସମ୍ପତ୍ତି ଥିବାର ଅଭିଯୋଗ ଆଣିଥିଲେ | ସେହିପରି ଦୁର୍ନୀତି କରି ଅନେକ ସମ୍ପତ୍ତି ହାତେଇଥିବାର ଅଭିଯୋଗ ଆଣିବା ପରେ ବିହାରରେ ରାଜନୈତିକ ତାତି ଦେଖାଦେଇଥିଲା। ଆଉ ଏହାକୁ ନେଇ ଜେଡିୟୁ ପକ୍ଷରୁ ତାଙ୍କୁ ଏନେଇ ସ୍ପଷ୍ଟୀକରଣ ମଗାଯାଇଥିଲା |

ତେବେ ଆଜି ନାଳନ୍ଦା ଜିଲ୍ଲାର ମୁସ୍ତାଫାପୁରରେ ଥିବା ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। କେବଳ ଇସ୍ତଫା ବାବଦରେ ଘୋଷଣା କରିନାହାନ୍ତି ବରଂ ଏକ ନୂତନ ଦଳ ଗଠନ କରିବାକୁ ମଧ୍ୟ ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶନିବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଆରସିପି ସିଂଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗ ସମ୍ପର୍କରେ ଉତ୍ତର ମାଗିଥିଲେ। ଦଳର ରାଜ୍ୟ ସଭାପତି ଉମେଶ ସିଂ କୁଶୱାହା ଆରସିପି ସିଂଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଥିଲେ ।

ଜେଡିୟୁ ରାଜ୍ୟ ସଭାପତି ଉମେଶ ସିଂ କୁଶୱାହା ଆରସିପି ସିଂଙ୍କୁ ଲେଖିଥିବା ଏକ ପତ୍ରରେ ଲେଖିଥିଲେ ଯେ ଆପଣ ଜାଣିଛନ୍ତି ଯେ ଆମର ନେତା ନୀତୀଶ କୁମାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ସହ କାର୍ଯ୍ୟ କରୁଛନ୍ତି ଏବଂ ସେ ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିୟରରେ ଦାଗଟିଏ ବି ନାହିଁ । ତେଣୁ ଆପଣଙ୍କ ନାମରେ ଯେଉଁ ଦୁର୍ନୀତି ଅଭିଯୋଗ ଆସିଛି ସେନେଇ ସ୍ପଷ୍ଟୀକରଣ ଦିଅନ୍ତୁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe