Image Courtesy of ANI
ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ୩ ନମ୍ବର ଟର୍ମିନାଲ୍ରୁ ମିଳିଥିବା ସନ୍ଦିଗ୍ଧ ବ୍ୟାଗ୍ରେ ଆର୍ଡିଏକ୍ସ ବିସ୍ଫୋରକ ଥିବା କଥା ସଦ୍ୟତମ ତଦନ୍ତରୁ ଜଣାପଡ଼ିଛି।
ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ପୁଲିସ ତୁରନ୍ତ ତତ୍ପର ହୋଇ ଉଠିଥିଲା। ବୋମା ଚିହ୍ନଟ ଓ ଅକାମିକାରୀ, ସନ୍ଧାନୀ କୁକୁର ସ୍କ୍ଵାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନ ବନ୍ଦର ପରିସରକୁ ତଲାସ କରାଯାଇଥିଲା।
ଦିଲ୍ଲୀର ଜଣେ ପୁଲିସ ଅଧିକାରୀ କହିଥିଲେ କି, ରାତି ପ୍ରାୟ ୩ଟା ବେଳେ ସନ୍ଦିଗ୍ଧ ବ୍ୟାଗ୍ ସଂକ୍ରାନ୍ତରେ ଦିଲ୍ଲୀ ବିମାନ ବନ୍ଦର ପୁଲିସକୁ ଫୋନ୍ କରାଯାଇଥିଲା। ଘଟଣାସ୍ଥଳରୁ ସେ ବ୍ୟାଗ୍ଟିକୁ ଅଣାଯାଇଛି। ସେଥିରେ କ’ଣ ଅଛି ତାହା ପୁଲିସ ଟିମ୍ ଯାଞ୍ଚ କରୁଛି।
Image Courtesy of ANIଏବେ ଏୟାର୍ପୋର୍ଟ ପୁଲିସ ଡେପୁଟି କମିସନର୍ ସଞ୍ଜୟ ଭାଟିଆ କହିଛନ୍ତି: ବ୍ୟାଗ୍ଟିକୁ ସିଆଇଏସ୍ଏଫ୍ଙ୍କ ସହାୟତାରେ ଉଠାଇ ଅନ୍ୟତ୍ର ନିଆଯାଇଥିଲା। ଏ ପର୍ଯ୍ୟନ୍ତ ଏହାକୁ ଖୋଲାଯାଇନାହିଁ। ଏହା ଭିତରେ କିଛି ବିଜୁଳି ତାର ଥିବାଭଳି ଜଣାପଡୁଛି। ବିମାନ ବନ୍ଦର ପରିସରରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ଭୀତତ୍ରସ୍ତ ଯାତ୍ରୀମାନେ ଟୁଇଟ୍ କରି ଜଣାଇଥିଲେ କି, କିଛି ସମୟ ଲାଗି ସେମାନଙ୍କୁ ଆରାଇଭାଲ୍ ଟର୍ମିନାଲ୍ ବାହାରକୁ ଛଡ଼ାଯାଉ ନାହିଁ। ଟି-୩ ବାହାରେ ଥିବା ରାସ୍ତା ସବୁକୁ ମଧ୍ୟ ଅବରୋଧ କରାଯାଇଛି।
Follow Us