ଦିଲ୍ଲୀ ବିମାନବନ୍ଦରରୁ ଆର୍‌ଡିଏକ୍ସ ଜବତ

Advertisment
ଦିଲ୍ଲୀ ବିମାନବନ୍ଦରରୁ ଆର୍‌ଡିଏକ୍ସ ଜବତ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଆର୍‌ଡିଏକ୍ସ ଥିବା ଏକ ପରିତ୍ୟକ୍ତ ବ୍ୟାଗ୍‌ ଜବତ କରାଯାଇଛି। ଗତରାତି ୧୨.୫୬ରେ ଜଣେ ସିଆଇଏସଏଫ୍‌ ଯବାନଙ୍କ ଦ୍ବାରା ଏକ କଳା ରଙ୍ଗର ଟ୍ରଲି ବ୍ୟାଗ୍‌ ଟର୍ମିନାଲ୍‌ ୩ରେ ଦେଖିବାକୁ ମିଳିଥିଲା। ତେବେ ଏହାକୁ ଜବତ କରାଯିବା ପରେ ଇଭିଡି ଏବଂ ସ୍ନାଇଫର ଡଗ୍‌ ଦ୍ବାରା ପରୀକ୍ଷଣ କରାଯାଇଥିଲା। ଏଥିରେ ଆରଡିଏକ୍ସ ଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିବା ପରେ ବିମାନ ବନ୍ଦରର ସୁରକ୍ଷା ବଢ଼ାଇ ଦିଆଯାଇଛି। ବ୍ୟାଗ୍‌ଟିକୁ ସିଆଇଏସଏଫ୍‌ ସଦସ୍ୟଙ୍କ ଦ୍ବାରା ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe