‘ଅଧଘଣ୍ଟା ଧରି ଏ ଆବେଦନକୁ ପଢ଼ିଲି। କିନ୍ତୁ କିଛି ବି ବୁଝି ପାରିଲି ନାହିଁ’; ଧାରା ୩୭୦ର ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ ମାମଲାର ଶୁଣାଣି କାଳରେ ବର୍ଷିିଲେ ପ୍ରଧାନ ବିଚାରପତି

Advertisment
‘ଅଧଘଣ୍ଟା ଧରି ଏ ଆବେଦନକୁ ପଢ଼ିଲି। କିନ୍ତୁ କିଛି ବି ବୁଝି ପାରିଲି ନାହିଁ’; ଧାରା ୩୭୦ର ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ ମାମଲାର ଶୁଣାଣି କାଳରେ ବର୍ଷିିଲେ ପ୍ରଧାନ ବିଚାରପତି

Law Times

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ମାମଲାର ଶୁଣାଣି କାଳରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଆଜି ଖୁବ୍‌ ବର୍ଷିଛନ୍ତି ମାମଲାର ଆବେଦନକାରୀ ଏମ୍‌ ଏଲ୍‌ ଶର୍ମାଙ୍କ ଉପରେ।

ଭରପୂର କୋର୍ଟ ରୁମ୍‌ରେ ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ମାମଲାର ଆବେଦନକାରୀ ଏମ୍‌ ଏଲ୍‌ ଶର୍ମାଙ୍କୁ କହିଛନ୍ତି, ‘ଦୀର୍ଘ ଅଧଘଣ୍ଟା ଧରି ମୁଁ ଏ ଆବେଦନକୁ ପଢ଼ିଲି। କିନ୍ତୁ, ଏ ଆବେଦନର ବିନ୍ଦୁ ବସର୍ଗ କିଛି ବି ହେଲେ ବୁଝି ପାରିଲି ନାହିଁ। ଏ କି ଧରଣର ଆବେଦନ? ଏ ଆବେଦନରେ ତୁମେ କ’ଣ କହିବାକୁ ଚାହୁଁଛ? କ’ଣ ଉଦ୍ଦେଶ୍ୟ ଏ ଆବେଦନର? ଏ ଧରଣର ଆବେଦନକୁ ବିଚାର ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ’; ବୋଲି କହିବା ସହ ଆଗତ ଆବେଦନକୁ ଆଉଥରେ ସଂଶୋଧନ କରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe