ଦେଶବ୍ୟାପୀ ଯୋଗ ଦିବସ ପ୍ରସ୍ତୁତି

Advertisment

ସବୁ ଦେଶରେ ଉତ୍ସାହ, ରାଞ୍ଚିରେ ପ୍ରଧାନମନ୍ତ୍ରୀଙ୍କ ଯୋଗ କାର୍ଯ୍ୟକ୍ରମ

ସବୁ ଦେଶରେ ଉତ୍ସାହ, ରାଞ୍ଚିରେ ପ୍ରଧାନମନ୍ତ୍ରୀଙ୍କ ଯୋଗ କାର୍ଯ୍ୟକ୍ରମ

ଦେଶବ୍ୟାପୀ ଯୋଗ ଦିବସ ପ୍ରସ୍ତୁତି

ନୂଆଦିଲ୍ଲୀ: ୨୧ ଜୁନ୍‌ ଅନ୍ତର୍ଜାତୀୟ ଯୋଗ ଦିବସ। ଦେଶ ବ୍ୟାପୀ ଯୋଗଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ସମଗ୍ର ବିଶ୍ବରେ ଯୋଗ କାର୍ଯ୍ୟକ୍ରମ ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ସେପ୍‌ଟେମ୍ବର ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକ୍ରମେ ମିଳିତ ଜାତିସଂଘ ୨୧ ଜୁନ୍‌କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲେ। ଆସନ୍ତାକାଲି ଯୋଗ ଦିବସରେ ସରକାରଙ୍କ ଜାତୀୟ କାର୍ଯ୍ୟକ୍ରମ ରାଞ୍ଚିରେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀଙ୍କ ସହିତ ୫୦ ହଜାର ଲୋକ ଏହି ଯୋଗ କାର୍ଯ୍ୟକ୍ରମରେ ସାମିଲ ହେବେ। ଯୋଗ ଦିବସର ସୁଫଳ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଭିଡିଓ ଟ୍ବିଟ୍‌ କରିଛନ୍ତି ଏବଂ ଏଥିରେ ମୋଦୀଙ୍କ ‘ଏନିମେଟେଡ ଭର୍ସନ’ ଦେଖିବାକୁ ମିଳିଛି। ୨୦୧୫ରେ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଦିଲ୍ଲୀରେ ହୋଇଥିବା ବେଳେ ୨୦୧୬ରେ ଚଣ୍ଡିଗଡ଼, ୨୦୧୭ରେ ଲକ୍ଷ୍ନୌ ଏବଂ ୨୦୧୮ରେ ଡେରାଡୁନ୍‌ରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe