Image Courtesy of Zee News
ଜାତିସଂଘ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ନିମନ୍ତେ ଭାରତ କୂଟନୈତିକ ଆଲୋଚନାରେ ଭାଗ ନେବାକୁ ପ୍ରସ୍ତୁତ ଥିବା କଥା ଗୁରୁବାର ଦିନ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍. ତିରୁମୂର୍ତ୍ତି କହିଛନ୍ତି।
ସେ କହିଛନ୍ତି, ଆଲୋଚନା ଏବଂ କୂଟନୀତି ବ୍ୟତୀତ ବିକଳ୍ପ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଥିଲେ। ଏଥିପାଇଁ ଭବିଷ୍ୟତରେ ଆମେ ଜାତିସଂଘ ନିରାପତ୍ତା ପରିଷଦ୍ ଏବଂ ଯୁଦ୍ଧରତ ଉଭୟ ପକ୍ଷଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ।
ସେ ଆହୁରି ମଧ୍ୟ କହିଥିଲେ, ୟୁକ୍ରେନ୍ରେ ଉପୁଜିଥିବା ଉତ୍କଟ ମାନବୀୟ ସଙ୍କଟ ପରିସ୍ଥିତିକୁ ଚାହିଁ ଆଗାମୀ ଦିନମାନଙ୍କରେ ଭାରତ ଅଧିକ ସାମଗ୍ରୀ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି। ଔଷଧ, ରିଲିଫ୍ ସହାୟତା ସମେତ ଆମେ ୯୦ ଟନ୍ର ମାନବୀୟ ସହାୟତା ପଠାଇ ସାରିଛୁ।
Image Courtesy of AP7AMସମଗ୍ର ୟୁକ୍ରେନ୍ରେ ଯଥାଶୀଘ୍ର ଯୁଦ୍ଧ ବିରତି କରାଯିବା କଥା ଉପରେ ଆମେ ଗୁରୁତ୍ବାରୋପ କରୁଛୁ। ଅନେକ ଥର ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଏକଥା କହିଲେଣି। ଏହି ଯୁଦ୍ଧ ୨୨ ଦିନରେ ପହଞ୍ଚିଥିବା ବେଳେ ରୁଷୀୟ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ୍ ସକାରାତ୍ମକ କଥାଟିଏ କହିଛନ୍ତି। ଉଭୟ ଦେଶ ରାଜିନାମାରେ ଉପଗତ ହେବେ ବୋଲି ସେ ସୂଚନା ଦେଇଛନ୍ତି।
ଜାତିସଂଘର ‘ଅଣ୍ଡର୍-ସେକ୍ରେଟେରି-ଜେନେରାଲ୍’ ରୋଜ୍ମେରି ଡିକାର୍ଲୋ କହିଛନ୍ତି, ତୀବ୍ର ଆକ୍ରମଣର ସମ୍ମୁଖୀନ ହେଉଥିବା ନିୟୁତ ନିୟୁତ ବାସିନ୍ଦାଙ୍କ ଭବିଷ୍ୟତ ପାଇଁ ଭୀଷଣ ଭୟ ଉଦ୍ରେକ ହେଉଥିବା ବେଳେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛି ସକାରତ୍ମକତା ପରିଲକ୍ଷିତ ହୋଇଛି। କିନ୍ତୁ, ଆଲୋଚନାର ଫଳାଫଳ ଅସ୍ତ୍ରବିରତି କରାଇପାରିନାହିଁ।
Follow Us