Image Courtesy of Hindustan Times
ନୂଆଦିଲ୍ଲୀ: ସ୍ବଦେଶ ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ବାରା ସେନା ବାହିନୀ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ‘ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି’ର (ଏଫ୍ଆଇସିସିଆଇ) ୱେବିନର୍ରେ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ୍ ଜେନେରାଲ୍ ଏସ୍କେ ସାଇନି କହିଛନ୍ତି।
ସେ କହିଛନ୍ତି ଯେ, ନିରାପତ୍ତା ଆହ୍ବାନର ସମ୍ମୁଖୀନ ହେବା ନିମନ୍ତେ ସ୍ବଦେଶୀ ସାମର୍ଥ୍ୟ ବିକାଶ କରିବା ଗୁରୁତ୍ବପୂର୍ଣ୍ଣ ଅଟେ। କାରଣ, ସଙ୍କଟ ସମୟରେ ଅନ୍ୟ ଦେଶମାନଙ୍କ ଦ୍ବାରା ବିକଶିତ ଜ୍ଞାନକୌଶଳ ଉପଲବ୍ଧ ହୋଇ ନ ପାରେ କିଂବା ଭାରତର ସାମରିକ ସ୍ବାଧୀନତା ବିନିମୟରେ ତାହା ମିଳିପାରେ।
Image Courtesy of TOIଶିଳ୍ପଗୁଡ଼ିକୁ ସାଇନି ଭରସା ଦେଇ କହିଛନ୍ତି ଯେ, ‘ମେକ୍ ଇନ୍ ଇଣ୍ଡିଆ’ ଯୁଦ୍ଧ ସାମଗ୍ରୀ ଉପଯୋଗ ନିମନ୍ତେ ସେନାର ପ୍ରତିବଦ୍ଧତା ଉପରେ ସନ୍ଦେହ କରିବାର ଅବକାଶ ନାହିଁ। ସ୍ଥାନୀୟ ଉତ୍ପାଦିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେନା ଲଢ଼ିବାକୁ ପ୍ରସ୍ତୁତ ହୋଇ ରହିଛି। କିନ୍ତୁ, ସେ ଅସ୍ତ୍ରଶସ୍ତ୍ର ସବୁ କଠୋର ମାନକ ପରୀକ୍ଷା କରାଯିବା ଏବଂ ଡେଲିଭରି ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ସୀମା ମଧ୍ୟରେ ମିଳିବା ଆବଶ୍ୟକ।
ଏଠାରେ ସୂଚନାଯୋଗ୍ୟ କି, ତୃତୀୟ ପିଢ଼ିର କମାଣ-ବିରୋଧୀ ଗାଇଡେଡ୍ କ୍ଷେପଣାସ୍ତ୍ର, ପଦାତିକ ବାହିନୀ ନିମନ୍ତେ ଉନ୍ନିତ ଯୁଦ୍ଧଯାନ, ଉନ୍ନତମାନର ଆଗ୍ନେୟାସ୍ତ୍ର, କମାଣ ଆଗ୍ନେୟାସ୍ତ୍ର, ଡ୍ରୋନ୍ ବିଧ୍ବଂସୀ ସିଷ୍ଟମ୍ ଏବଂ ବିଭିନ୍ନ ପ୍ରକାରର ରେଡାର୍ ଆଦି ଦେଶୀୟ ଶିଳ୍ପ ଦ୍ବାରା ନିର୍ମାଣ କରାଇବାକୁ ସେନା ଯୋଜନା କରୁଛି।
Follow Us