India Today
ମୁମ୍ବାଇ: ବରିଷ୍ଠ ଦଳୀୟ ନେତାମାନଙ୍କ ସହ ବୈଠକ କରିସାରିବା ପରେ ନେସ୍ନାଲ୍ କଂଗ୍ରେସ ପାର୍ଟି(ଏନ୍ସିପି) ମହାରାଷ୍ଟ୍ରରେ ଶିବସେନା ସହ ମିଶି ସରକାର ଗଠନ କରିବାକୁ ପ୍ରସ୍ତୁତ ଅଛି। ଅନ୍ୟ ସହଯୋଗୀ ଦଳ କଂଗ୍ରେସ ସମର୍ଥନ ଦେଲେ ଯାଇ ରାଜ୍ୟରେ ଶିବସେନା ସରକାର ଗଠନରେ ସମଥର୍ ହେବ। ଏବେ ନିଷ୍ପତ୍ତି କଂଗ୍ରେସ ଉପରେ।
ବୈଠକ ସମାପ୍ତ ହେବା ପରେ ପରେ ହିଁ ଏନ୍ସିପି ନେତା ନୱାବ ମଲ୍ଲିକ କହିଛନ୍ତି, ‘ସରକାର ଗଠନ ପ୍ରସଂଗରେ ଦଳ କଂଗ୍ରେସର ପକ୍ଷକୁ ଅପେକ୍ଷା କରିଛି। କଂଗ୍ରେସ ସମର୍ଥନ ଦେଲେ ରାଜ୍ୟରେ ସରକାର ଗଠନ ହେବ। ଆମେ ନିର୍ବାଚନ ସାଥୀ ହୋଇ ଲଢ଼ିଛୁ ଓ ନିଷ୍ପତ୍ତି ବି ସାଥୀ ହୋଇ ନେବୁ।’ ସେ ଆହୁରି ବି କହିଛନ୍ତି ଯେ ଯେହେତୁ ଏନ୍ସିପି ଓ ଶିବସେନା ମେଣ୍ଟ ଦଳ ତେବେ ଏନ୍ସିପି ଏକତରଫା ନିଷ୍ପତ୍ତି ନେଇପାରିବ ନାହିଁ। ଏନ୍ସିପି ଓ କଂଗ୍ରେସ ମିଳିତ ଭାବେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
Follow Us