Advertisment

ଆମେ 'ବ୍ଲଡ ମନି' ଦେବାକୁ ପ୍ରସ୍ତୁତ ଅଛୁ; ମୃତ୍ୟୁଦଣ୍ଡ ପାଇଥିବା ନର୍ସଙ୍କ ସ୍ବାମୀ

Advertisment

କେରଳରୁ ୟେମେନକୁ ଟଙ୍କା ରୋଜଗାର କରିବାକୁ ଯାଇଥିବା ନର୍ସଙ୍କୁ ସେଠାରେ ମୃତ୍ୟୁଦଣ୍ଡ ମିଳିଛି। ଏବେ ତାଙ୍କ ସ୍ବାମୀ ମୃତକଙ୍କ ପରିବାରକୁ 'ବ୍ଲଡ ମନି' ଦେଇ ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

କେରଳରୁ ୟେମେନକୁ ଟଙ୍କା ରୋଜଗାର କରିବାକୁ ଯାଇଥିବା ନର୍ସଙ୍କୁ ସେଠାରେ ମୃତ୍ୟୁଦଣ୍ଡ ମିଳିଛି। ଏବେ ତାଙ୍କ ସ୍ବାମୀ ମୃତକଙ୍କ ପରିବାରକୁ 'ବ୍ଲଡ ମନି' ଦେଇ ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

tyemeni

ନୂଆଦିଲ୍ଲୀ: ୟେମେନରେ ରହୁଥିବା ଜଣେ ଭାରତୀୟ ନର୍ସ ଟଙ୍କା ରୋଜଗାର ପାଇଁ ସେଠାକୁ ଯାଇଥିଲେ। ଟଙ୍କା ରୋଜଗାର କରି ସେ ନିଜ ପରିବାରର ଦାୟିତ୍ବ ନେବେ ଓ ନିଜର ଏକ କ୍ଲିନିକ ଖୋଲିବେ ବୋଲି ଭାବିଥିଲେ। ହେଲେ କିଛି ବର୍ଷ ମଧ୍ୟରେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲେ। ନର୍ସ ପରିବର୍ତ୍ତେ ସେ ବନିଯାଇଥିଲେ କଏଦୀ। ଆମେ ଏଠାରେ ୨୦୧୭ରୁ ‌ୟେମେନ ଜେଲରେ ଥିବା ନିମିଶା ପ୍ରିୟାଙ୍କ କଥା କହୁଛୁ। ୨୦୧୮ରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ଏବେ ୟେମେନ ରାଷ୍ଟ୍ରପତି ରଶଦ ଅଲ-ଅଲିମି ତାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି। 

ଏଣେ ମା’ ଜେଲରୁ ମକ୍ତ ହୋଇ ଘରକୁ ଫେରିବେ ବୋଲି ଅନାଇ ବସିଛି ତାଙ୍କ ୧୩ବର୍ଷୀୟ ଝିଅ। ନିମିଶାଙ୍କ ସ୍ବାମୀ ଓ ତାଙ୍କ ପରିବାର ଆଶା ରଖିଛନ୍ତି ଯେ, ଉଭୟ ଦେଶ ମିଶି ନିମିଶାଙ୍କୁ ଜେଲରୁ ମୁକ୍ତ କରିବାରେ ସଫଳ ହେବେ।

"ଗତ ସାତ ବର୍ଷ ଧରି, ଆମେ କ୍ଷମା ମାଗିବା ଏବଂ ନିମିଶାଙ୍କୁ ଜୀବିତ ଘରକୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାରର ଆଇନଗତ ବାଟ ଆପଣାଇଛୁ। ଯେତେବେଳେ ଏହା ଘଟିଥିଲା ​​ସେତେବେଳେ ଆମର ଝିଅ ମାତ୍ର ଦୁଇ ବର୍ଷର ଥିଲା। ଝିଅ କେବଳ ନିମିଶାଙ୍କ ଫଟୋ ଦେଖିଛି ଏବଂ ଭିଡିଓ କଲ୍ ମାଧ୍ୟମରେ କଥା ହୋଇଛି। କିନ୍ତୁ ତାକୁ ଜଣେ ମା’ର ସ୍ନେହ ଏବଂ ଭଲପାଇବା ଆବଶ୍ୟକ। ଆମେ ଆଶା କରୁଛୁ ଯେ ଆମେ ମୃତକ ତଲଲ ଅବଦୋ ମହଦିଙ୍କ ପରିବାର ସହିତ ଯୋଗାଯୋଗ କରିବାରେ ସଫଳ ହେବୁ ଏବଂ ଏକ ସମାଧାନ ବାଟ ବାହାର କରିବୁ। ମୋ ସ୍ତ୍ରୀର ଜୀବନ ବଦଳରେ ଆମେ 'ବ୍ଲଡ ମନି' (କ୍ଷତିପୂରଣ) ଦେବାକୁ ପ୍ରସ୍ତୁତ ଅଛୁ" ବୋଲି କହିଛନ୍ତି ନିମିଶାଙ୍କ ସ୍ୱାମୀ ଟମି ଥମାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe