ନୂଆଦିଲ୍ଲୀ: ଗୋଟିଏ ନୁହେଁ ‘ଭାରତରେ ନିର୍ମିତ’ ଦୁଇଟି ଟିକାଦ୍ୱାରା ମାନବସମ୍ପ୍ରଦାୟକୁ ବଞ୍ଚାଇବାକୁ ଭାରତ ପ୍ରସ୍ତୁତ ବୋଲି ଶନିବାର ଦିନ ‘୧୬ଶ ପ୍ରବାସୀ ଭାରତୀୟ ଦିବସ ସମ୍ମଳନୀ’ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
‘ଆତ୍ମନିର୍ଭର ଭାରତକୁ ଅବଦାନ’ ଉପରେ ଆଧାରିତ ଭର୍ଚ୍ୟୁଆଲ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କରୋନା ଯୁଗରେ, ଭାରତ ସମଗ୍ର ବିଶ୍ୱରେ ସର୍ବନିମ୍ନ ମୃତ୍ୟୁ ଓ ସର୍ବାଧିକ ସୁସ୍ଥତା ହାର ଥିବା ଦେଶମାନଙ୍କ ମଧ୍ୟରେ ରହିଛି।
ସକାଳ ୧୦.୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍ଫରେନ୍ସିଙ୍ଗ୍ରେ ଦେଇଥିବା ଉଦ୍ଘାଟନୀ ଭାଷଣରେ କହିଲେ, ଭାରତ ବିଦେଶରୁ ‘ପିପିଇ କିଟ୍’, ମାସ୍କ୍, ଭେଣ୍ଟିଲେଟର୍ ଏବଂ ଟେଷ୍ଟିଙ୍ଗ୍ କିଟ୍ ଆମଦାନି କରୁଥିଲା, କିନ୍ତୁ ଆଜି ଆମ ଦେଶ ଆତ୍ମନିର୍ଭର ହୋଇପାରିଛି। ଗୋଟିଏ ନୁହେଁ, ଦୁଇଟି ‘ଭାରତରେ ନିର୍ମିତ’ କରୋନା ଟିକାଦ୍ୱାରା ମାନବଜାତିକୁ ରକ୍ଷା କରିବାକୁ ଆଜି ଭାରତ ପ୍ରସ୍ତୁତ।
Image Courtesy of Mintଗତ କିଛି ମାସ ହେବ ଭାରତୀୟ ବଂଶୋଦ୍ଭବମାନେ ସମଗ୍ର ବିଶ୍ୱକୁ ଅବଦାନ ଦେଇଛନ୍ତି। ଏ କଥାରେ ମୁଁ ଗର୍ବିତ। କୋଭିଡ୍-୧୯ ବିରୋଧରେ ଭାରତର ଲଢ଼େଇରେ ମଧ୍ୟ ଆପଣମାନେ ସହଯୋଗ କରିଛନ୍ତି।
ଆଜି ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥାଇ ‘ଇଣ୍ଟର୍ନେଟ୍’ଦ୍ୱାରା ଏକତ୍ର ହେଉଛନ୍ତି କିନ୍ତୁ, ଆମର ମନ ସଦାସର୍ବଦା ‘ମା ଭାରତୀ’ଙ୍କ ସହ ଯୋଡ଼ିହୋଇ ରହିଛି। ଭାରତୀୟମାନେ ସବୁ ଚାଲେଞ୍ଜ୍ର ମୁକାବିଲା କରି ବିଜୟ ଲାଭ କରିଛନ୍ତି। ଭାରତ ଆତଙ୍କବାଦର ମୁକାବିଲା କରିବାରୁ ଏହି ଚାଲେଞ୍ଜ୍ର ମୁକାବିଲା କରିବାକୁ ସମଗ୍ର ବିଶ୍ୱ ମଧ୍ୟ ସାହସ ପାଇଛି। ଦୁର୍ନୀତି ନିବାରଣ ପାଇଁ ଆଜି ଭାରତ ପ୍ରଯୁକ୍ତିବିଦ୍ୟା ଉପଯୋଗ କରୁଛି। ହିତାଧିକାରୀଙ୍କ ଜମାଖାତାରେ ସିଧାସଳଖ କୋଟି କୋଟି ଟଙ୍କା ଜମା ହେଉଛି। ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ଭାରତ ଗରିବମାନଙ୍କୁ ସାହାଯ୍ୟ କରୁଛି।
ଗତବର୍ଷ ପ୍ରବାସୀ ଭାରତୀୟମାନେ ଅନ୍ୟ ଦେଶରେ ସେମାନଙ୍କର ପରିଚୟ ସୁଦୃଢ଼ କରିଛନ୍ତି। ଯଦି କେଉଁ ଦେଶରେ ଜୀବନ୍ତ ଗଣତନ୍ତ୍ର ଅଛି, ସେ ଦେଶ ହେଉଛି ଭାରତ। ମହାମାରୀ ସମୟରେ ଦେଶ କିଭଳି ତାହା ବିରୋଧରେ ସଂଗ୍ରାମ କରିଥିଲା, ତାହା ବିଶ୍ୱକୁ ଦର୍ଶାଇଛି। ମହାମାରୀରୁ ଆମ ଦେଶ ଯାହା ଶିକ୍ଷା ଲାଭ କରିଛି ଏବେ ତାହା ଆତ୍ମନିର୍ଭର ଭାରତର ଦୃଷ୍ଟାନ୍ତ ହୋଇପାରିଛି।
Follow Us