Image Source: India Today
ବେଙ୍ଗାଲୁରୁ: ଶୁକ୍ରବାର ଦିନ ପ୍ରବଳ ବର୍ଷା ଯୋଗୁଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ କାଲାବୁରାଗି ଜିଲ୍ଲାର ଅଫ୍ଜଲ୍ପୁର ତାଲୁକ ଅନ୍ତର୍ଗତ ହେରୁର (ଖ) ଗ୍ରାମ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ହେବାରୁ ୟାଦଗିରର ଚନ୍ଦ୍ରାକି ଗ୍ରାମର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରାତ୍ରୀଯାପନ କରିଥିଲେ।
‘ଗ୍ରାମ ବାସ୍ତବ୍ୟ’ ବା ‘ଗ୍ରାମ ରହଣି କାର୍ଯ୍ୟକ୍ରମ’ରେ ଯାଉଥିବା କୁମାରସ୍ୱାମୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ସେଠାରେ ରହିଥିଲେ। ମୁଖ୍ୟମନ୍ତ୍ରୀ ସ୍କୁଲ୍ ଘରର ଚଟାଣରେ ଶୋଇଥିବା ଦେଖାଯାଇଥିଲା।
ଶୁକ୍ରବାର ଭୋର୍ ୩: ୨୭ ମିନିଟରେ କୁମାରସ୍ୱାମୀ କର୍ଣ୍ଣାଟକ ଏକ୍ସପ୍ରେସ୍ ଟ୍ରେନ୍ରୁ ୟାଦ୍ଗିର ଷ୍ଟେସନ୍ରେ ଓହ୍ଲାଇବା ପରେ ତାଙ୍କୁ ବହୁ ଲୋକ ସ୍ୱାଗତ କରି ଗୁର୍ମିତ୍କାଲ୍ରୁ ଚନ୍ଦ୍ରାକି ଯାଏଁ ନେଇ ଯାଇଥିଲେ।
Image Source: India Todayମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ନବିକରଣ କରାଯାଇଥିବା ସେ ସ୍କୁଲ୍ ଘରେ କୁମାରସ୍ୱାମୀ ‘ଜନତା ଦର୍ଶନ’ କାର୍ଯ୍ୟକ୍ରମ କରିଥିଲେ। ଲୋକମାନଙ୍କ ସମସ୍ୟା ବୁଝିବା ଓ ତା’ର ପ୍ରତିକାର କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେ ଅଞ୍ଚଳର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ସ୍କୁଲ୍ ପିଲାଙ୍କ ସହ ରାତ୍ରଭୋଜନ କରି ସେଠାରେ ରହିଥିଲେ।
ଗ୍ରାମବାସୀ, ଚାଷୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ପରେ ଏକ ସମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ। ଗାଁରେ ତାଙ୍କୁ ପଞ୍ଚତାରକା ହୋଟେଲ୍ର ଆତିଥ୍ୟ ଦିଆଯାଉଛି ବୋଲି ପଚରାଯିବାରୁ ସେ ଏହାକୁ ଅସ୍ୱୀକାର କରି କହିଲେ ଯେ ସେ ରାସ୍ତାରେ ଶୋଇବାକୁ ପ୍ରସ୍ତୁତ।
Follow Us