Ready to talk with Russia if war ends: Zelensky Photograph: (Sambad.in)
ମ୍ୟୁନିଚ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ନିକଟରେ ମୁଣ୍ଡ ନୁଆଁଇବା ଆରମ୍ଭ କରିଛନ୍ତି। ଯୁଦ୍ଧ ସମାପ୍ତ କରିବା ପାଇଁ ଜେଲେନସ୍କି ଏବେ ରୁଷିଆ ସହିତ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ତଥାପି, ସେ ଆମେରିକା ସମ୍ମୁଖରେ ଏକ ଦାବି ମଧ୍ୟ ରଖିଛନ୍ତି। ସେ ପୁଟିନଙ୍କ ସହିତ ଟ୍ରମ୍ପଙ୍କ ସିଧାସଳଖ କଥାବାର୍ତ୍ତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜେଲେନସ୍କି କହିଛନ୍ତି ଯେ, ସେ ରୁଷିଆ ସହିତ ସିଧାସଳଖ ଆଲୋଚନା ପାଇଁ ପ୍ରସ୍ତୁତ। ତେବେ ସେ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି ଏହା ସେତେବେଳେ ଘଟିବ ଯେତେବେଳେ ଆମେରିକା ଏବଂ ୟୁରୋପୀୟ ସହଯୋଗୀମାନଙ୍କ ମିଳିତ ପ୍ରୟାସରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଏକ ସାଧାରଣ ଯୋଜନା ପ୍ରସ୍ତୁତ ହେବ। ଆମେ ଆମେରିକା ଏବଂ ଆମର ସହଯୋଗୀଙ୍କ ସହ ଯେକୌଣସି ଆଲୋଚନା ପାଇଁ ପ୍ରସ୍ତୁତ।
ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଜେଲେନସ୍କି ଏହା କହିଛନ୍ତି। ଯଦି ସେମାନେ ଆମର ନିର୍ଦ୍ଦିଷ୍ଟ ଅନୁରୋଧଗୁଡ଼ିକର ଉପଯୁକ୍ତ ଉତ୍ତର ପ୍ରଦାନ କରନ୍ତି ଏବଂ ବିପଜ୍ଜନକ ଭ୍ଲାଡିମିର ପୁଟିନଙ୍କ ସହିତ ଏକ ସହମତିରେ ପହଞ୍ଚିପାରନ୍ତି। ତା'ପରେ ଆମେ ରୁଷିଆମାନଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ରହିବୁ।
ପୂର୍ବରୁ,ଜେଲେନସ୍କିଙ୍କ ପରାମର୍ଶଦାତା ଦିମିତ୍ରୋ ଲିଟଭିନ୍ କହିଥିଲେ ଯେ, ରୁଷିଆନଙ୍କ ସହ ଆଲୋଚନା ପାଇଁ ସହଯୋଗୀଙ୍କ ସହିତ ଏକ ସାଧାରଣ ସ୍ଥିତି ରହିବା ଆବଶ୍ୟକ। ସେ କହିଥିଲେ, ବର୍ତ୍ତମାନ ଏହା ଉପରେ କୌଣସି ଆଲୋଚନା ନାହିଁ। ରୁଷିଆ ସହିତ ଆଲୋଚନା ପାଇଁ କୌଣସି ଯୋଜନା ନାହିଁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ, ସେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପୁଟିନଙ୍କ ସହ କଥା ହୋଇଛନ୍ତି। ଏହା ପରେ, ଗୁରୁବାର ଟ୍ରମ୍ପ ପ୍ରଶାସନର ଶୀର୍ଷ ଅଧିକାରୀମାନେ ୟୁରୋପରେ ଅନେକ ବୈଠକ କରିଥିଲେ। ଯୁଦ୍ଧ ସମାପ୍ତ କରିବା ପାଇଁ ପୁଟିନଙ୍କ ଦାବି ଉପରେ ବିଶ୍ୱାସ ନ କରିବାକୁ ଜେଲେନସ୍କି ବିଶ୍ୱ ନେତାମାନଙ୍କୁ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ, ମୁଁ ଚାହେଁ କୌଣସି ଆଲୋଚନା ଆରମ୍ଭ ହେବା ପୂର୍ବରୁ ପୁଟିନଙ୍କୁ ରୋକିବା କରିବା ପାଇଁ ଆମେରିକା ଏକ ଯୋଜନାରେ ସହମତ ହେଉ।
ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ କଥାରେ ବିଜେଡି ଗୃହକୁ ଅଚଳ କରୁଛି: ଜୟନାରାୟଣ ମିଶ୍ର
ୟୁକ୍ରେନର ୟୁରୋପୀୟ ସମର୍ଥକମାନେ ଭୟ କରୁଛନ୍ତି ଯେ, ଟ୍ରମ୍ପ ୟୁକ୍ରେନକୁ ଏକ ଅସନ୍ତୋଷଜନକ ଶାନ୍ତି ଚୁକ୍ତି ପାଇଁ ବାଧ୍ୟ କରିପାରନ୍ତି, ଯାହା ଫଳରେ ତାଙ୍କୁ ପୁଟିନଙ୍କ ସାମ୍ନା କରିବାକୁ ପଡ଼ିପାରେ। ଟ୍ରମ୍ପ ପ୍ରଶାସନ ସୂଚିତ କରିଛି ଯେ, ୟୁକ୍ରେନକୁ ରୁଷିଆକୁ ନିଜର ଅଞ୍ଚଳ ଛାଡିବାକୁ ପଡ଼ିପାରେ। ଏହା ସହିତ, ୱାଶିଂଟନ୍ କିଭ୍ ପାଇଁ ନାଟୋ ସଦସ୍ୟତାକୁ ଅବାସ୍ତବ ବୋଲି କହିଛି।
ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏଭଳି ଭାବୁକ ପୋଷ୍ଟ୍ ଲେଖିଲେ ଚହଲ
Follow Us