ଅନାହାରରେ ଝିଅର ମୃତ୍ୟୁ ହୋଇଥିବା କହିବାରୁ ବାସନ୍ଦ!

Advertisment

ଭୟରେ ଗାଁ ଛାଡ଼ିଲେ ମହିଳା

ଭୟରେ ଗାଁ ଛାଡ଼ିଲେ ମହିଳା

ଅନାହାରରେ ଝିଅର ମୃତ୍ୟୁ ହୋଇଥିବା କହିବାରୁ ବାସନ୍ଦ!

ରାଞ୍ଚି: ରାସନ କାର୍ଡ ସହ ଆଧାର କାର୍ଡର ସଂଯୋଗ ହୋଇନପାରିବାରୁ ରାସନ ସାମଗ୍ରୀ ମିଳିଲାନି। ଫଳରେ ୮ ଦିନ ଧରି ଉପବାସ ରହି ଝାଡ଼ଖଣ୍ଡର ସିମଡେଗା ଜିଲ୍ଲା ଅନ୍ତର୍ଗତ କାରିମତି ଗାଁର ୧୧ ବର୍ଷୀୟା ସନ୍ତୋଷୀ କୁମାରୀ ଶେଷରେ ଆଖିବୁଜିଲା। ତେବେ ଉପବାସରେ ଝିଅ ମରିଥିବା ଅଭିଯୋଗ ଆଣି ଗାଁକୁ ବଦନାମ କରିଥିବାରୁ ସନ୍ତୋଷୀର ମାଆ କୋଇଲୀ ଦେବୀଙ୍କୁ ଗାଁ ଛାଡ଼ିବାକୁ ପଡ଼ିଛି। ଗ୍ରାମବାସୀଙ୍କ ତାଡ଼ନାରେ ଭୟଭୀତ ହୋଇ କୋଇଲୀ ଦେବୀ ପଞ୍ଚାୟତ ଘରେ ଆସି ଆଶ୍ରୟ ନେବା ଘଟଣା ଆଲୋଡ଼ନ ଆଣିଛି। ଅପରପକ୍ଷେ, ଘଟଣାର ତଦନ୍ତ କରିବାକୁ ସିମଡେଗା ଜିଲ୍ଲା ପ୍ରଶାସନ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ କରିଥିବା ଜଣାଯାଇଛି।

ବିଧବା କୋଇଲୀ ଦେବୀଙ୍କ କହିବାନୁଯାୟୀ, ୨୦୧୩ ମସିହାରୁ ତାଙ୍କର ଆଧାର କାର୍ଡ ରହିଛି। ମାତ୍ର ରାସନ କାର୍ଡ ସହ ଆଧାରର ସଂଯୋଗ ହୋଇପାରିନଥିବାରୁ ତାଙ୍କ ପରିବାରକୁ ଦୀର୍ଘ ଦିନ ହେଲା ରାସନ ସାମଗ୍ରୀ ମିଳୁନଥିଲା। ମାତ୍ର ଏ ସମ୍ପର୍କରେ ସେ କାହାକୁ କିଛି ନକହି ଜାଳକାଠ ବିକି ଯାହା ପାଉଥିଲେ, ସେଥିରେ ପରିବାର ଚଳାଇ ଆସୁଥିଲେ। ତେବେ ତାହା ଯଥେଷ୍ଟ ହୋଇନଥିଲା। ଶେଷରେ ଖାଇବାକୁ ନପାଇ ତାଙ୍କ ଝିଅ ସନ୍ତୋଷୀ ଗତ ୨୮ ତାରିଖରେ ଆଖି ବୁଜିଥିଲା। ତେବେ ଖାଦ୍ୟ ସୁରକ୍ଷା ସମ୍ପର୍କରେ କାର୍ଯ୍ୟ କରୁଥିବା ଏକ ସଂଗଠନ ଏହି ଘଟଣାକୁ ଗତ ୧୫ ତାରିଖରେ ଲୋକଲୋଚନକୁ ଆଣିବା ପରେ ସବୁ ଜଣାପଡ଼ିଥିଲା। ଅପରପକ୍ଷେ, ଉପବାସରେ ରହି ତାଙ୍କ ଝିଅର ମୃତ୍ୟୁ ହେଲା ବୋଲି ପ୍ରକାଶ କରିବା କୁଆଡ଼େ ଗ୍ରାମ ପ୍ରତି ଅପମାନସୂଚକ ବୋଲି ଗ୍ରାମବାସୀ ଆକ୍ଷେପ କଲେ। ଶେଷରେ କୋଇଲୀ ଦେବୀଙ୍କୁ ଗାଁ ଛାଡ଼ି ଚାଲିଯିବାକୁ ସେମାନେ ବାଧ୍ୟ ହେଲେ। ଅନନ୍ୟୋପାୟ ହୋଇ କୋଇଲୀ ଦେବୀ ଶେଷରେ ଗାଁ ଛାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe