ସଚିନ ପାଇଲଟ ଓ ତାଙ୍କ ୧୮ଜଣ ସମର୍ଥକ ବିଧାନସଭାର ସଦସ୍ୟ ରହିବା ଲାଗି ଅଯୋଗ୍ୟ ବୋଲି ଦାବି କଲା କଂଗ୍ରେସ, ବାଚସ୍ପତିଙ୍କ ନୋଟିସ୍

Advertisment
ସଚିନ ପାଇଲଟ ଓ ତାଙ୍କ ୧୮ଜଣ ସମର୍ଥକ ବିଧାନସଭାର ସଦସ୍ୟ ରହିବା ଲାଗି ଅଯୋଗ୍ୟ ବୋଲି ଦାବି କଲା କଂଗ୍ରେସ, ବାଚସ୍ପତିଙ୍କ ନୋଟିସ୍

ଜୟପୁର: ରାଜସ୍ଥାନ ରାଜନୀତିରେ ଝଡ ଥମିବାର ନାଁ ନେଉ ନାହିଁ | ସୋମବାର ଏବଂ ମଙ୍ଗଳବାର ଦିନ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଯୋଗ ଦେଇ ନଥିବାରୁ ସଚିନ ପାଇଲଟ ଏବଂ ଅନ୍ୟ ୧୮ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନୋଟିସ ଜାରି କରିଛନ୍ତି | ରାଜ୍ୟ ବିଧାନସଭାର ସଦସ୍ୟ ହେବା ଲାଗି ସେମାନେ ଯୋଗ୍ୟତା ହରାଇଛନ୍ତି ବୋଲି କଂଗ୍ରେସ ଦଳ ଦାବି କରିବା ପରେ ବାଚସ୍ପତି ସଚିନ ପାଇଲଟ ଏବଂ ଅନ୍ୟ ୧୮ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବୈଠକରେ ଉପସ୍ଥିତ ନ ରହିବାର କାରଣ ଦର୍ଶାଇବାକୁ ନୋଟିସ ଜାରି କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପଦ ଏବଂ  ଦଳୀୟ ପଦବିରୁ  ବିଦା ହୋଇଥିବା ସଚିନ ପାଇଲଟ ଏବଂ ଅନ୍ୟ ବିଧାୟକଙ୍କୁ ଶୁକ୍ରବାର ସୁଦ୍ଧା ଜାରି କରାଯାଇଥିବା ନୋଟିସର ଜବାବ ଦେବାକୁ କୁହାଯାଇଛି। ଗତକାଲି ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି ବୋଲି ବାଚସ୍ପତି ସି ପି ଯୋଶୀ ବୁଧବାର କହିଛନ୍ତି।

ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ ମହେଶ ଯୋଶୀ ବାଚସ୍ପତିଙ୍କୁ ଚିଠି ଲେଖିବା ପରେ ଏହି ନୋଟିସ ପଠାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ସେମାନଙ୍କ ଅଯୋଗ୍ୟତା ପ୍ରମାଣ କରିବା ପାଇଁ କଂଗ୍ରେସ ଅତୀତର ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ମଧ୍ୟ ଉଲ୍ଲେଖ କରିଛି।

publive-image newindianexpress

ମୁଖ୍ୟ ସଚେତକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିଧାୟକମାନେ ଜାଣିଶୁଣି କଂଗ୍ରେସ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ ଏବଂ ଏହାର ସ୍ୱାର୍ଥ ବିରୋଧରେ ଖୋଲାଖୋଲି ଭାବେ କାର୍ଯ୍ୟ କରିଥିଲେ। ସୋମବାର ଦିନ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାୟକମାନେ ନିଜେ ଜାଣିଶୁଣି ଅନୁପସ୍ଥିତ ରହିଥିଲେ ଏବଂ ସ୍ମାରକପତ୍ର ସତ୍ୱେ ପରଦିନ ଦ୍ୱିତୀୟ ବୈଠକରେ ଯୋଗ ଦେବାରେ ବିଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe