ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୨ ସୁପ୍ରିମକୋର୍ଟ ବିଚାରପତି କହିଲେ ନ୍ୟାୟିକ ବ୍ୟାବସ୍ଥାରେ କୌଣସି ସଂକଟ ନାହିଁ

ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୨ ସୁପ୍ରିମକୋର୍ଟ ବିଚାରପତି କହିଲେ ନ୍ୟାୟିକ ବ୍ୟାବସ୍ଥାରେ କୌଣସି ସଂକଟ ନାହିଁ

କୋଲକାତା: ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀକୁ ଶୁକ୍ରବାର ଗଣମାଧ୍ୟମ ସାମ୍ନାରେ ବିରୋଧ କରିଥିବା ସୁପ୍ରିମ୍‌କୋର୍ଟର ୪ ଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଶନିବାର ୨ ଜଣ ବିଚାରପତି କହିଛନ୍ତି ଯେ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଶୈଳୀରେ ସେମାନଙ୍କୁ ଅସୁବିଧା ହେଉଛି, କିନ୍ତୁ ନ୍ୟାୟପାଳିକାରେ କୌଣସି ସଂକଟ ସୃଷ୍ଟି ହୋଇନାହିଁ।

ବିଚାରପତି ଦୀପକ ମିଶ୍ରଙ୍କୁ ସମାଲୋଚନା କରିଥିବା ଜଷ୍ଟିସ ରଞ୍ଜନ ଗୋଗୋଇ କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଗଣମାଧ୍ୟମର ପ୍ରଶ୍ନରେ ସୂଚନା ଦେଇଥିଲେ କି ଦେଶର ନ୍ୟାୟପାଳିକାରେ କୌଣସି ସଂକଟ ନାହିଁ। ସୁପ୍ରିମକୋର୍ଟର ପ୍ରଶାସନିକ ବ୍ୟବସ୍ଥାରେ ହେଉଥିବା ଅନିୟମିତତା ସଂପର୍କରେ ସେମାନେ ପ୍ରଶ୍ନ ଉଠାଇଛନ୍ତି।

ଏହି ସମସ୍ୟାର ସମାଧାନ ବିଷୟରେ ଅଧିକ ପଚରାଯିବାରୁ ଗୋଗୋଇ କହଛନ୍ତି, ଲକ୍ଷ୍ନୌ ଯିବା ପାଇଁ ମୋର ଫ୍ଲାଇଟ୍‌ ଧରିବାର ଅଛି, ମୁଁ ଏ ବିଷୟରେ କହିପାରିବି ନାହିଁ। ଗୋଗୋଇଙ୍କ ସହକର୍ମୀ ବିଚାରପତି ଜଷ୍ଟିସ କୁରିଆନ୍‌ ଯୋଶେଫ କୋଚିରେ କହିଛନ୍ତି, ସୁପ୍ରିମକୋର୍ଟର ନ୍ୟାୟିକ ବ୍ୟବସ୍ଥାରେ କୌଣସି ସମସ୍ୟା ନାହିଁ। ଏ ସମ୍ପର୍କରେ ସେ କୌଣସି ଅଭିଯୋଗ କରୁ ନାହାଁନ୍ତି। ଆମେ ସବୁକଥା ଦୁଇ ମାସ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କୁ ଚିଠି ଲେଖି ଜଣାଇଦେଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe