ଗୌହାଟୀ ଛାଡି ମୁମ୍ବାଇ ଅଭିମୁଖେ ବାହାରିଲେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ; ଏବେ ସମସ୍ତଙ୍କ ନଜର ତାଙ୍କ ଉପରେ

ଗୌହାଟୀ ଛାଡି ମୁମ୍ବାଇ ଅଭିମୁଖେ ବାହାରିଲେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ; ଏବେ ସମସ୍ତଙ୍କ ନଜର ତାଙ୍କ ଉପରେ

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ କୌଣସି ରାସ୍ତା ଏଯାବତ୍‌ ବାହାରିପାରି ନାହିଁ। ଏ ପରିସ୍ଥିତରେ ନିଜର ସମର୍ଥକ ବିଧାୟକମାନଙ୍କୁ ସାଙ୍ଗରେ ଧରି ଗୌହାଟୀରେ ଡେରା ପକାଇଥିବା ଶିବସେନାର ବିଦ୍ରୋହୀ ସୈନିକ ଏକନାଥ ସିନ୍ଦେ ଆଜି ଅପରାହ୍ନରେ ମୁମ୍ବାଇ ଅଭିମୁଖେ ବିମାନରେ ବସିଛନ୍ତି।

ମୁମ୍ବାଇରେ ଏବେ ସମସ୍ତେ ସିନ୍ଦେଙ୍କ ଅପେକ୍ଷାରେ ରହିଥିବା ବେଳେ ଗୌହାଟୀ ଛାଡ଼ିବା ପୂର୍ବରୁ ସିନ୍ଦେ କହିଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ଅନେକ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ବାତିଲ କରିବାକୁ ଧମକ ଦେଉଛି। ହେଲେ, ତାଙ୍କ ନେତୃତ୍ୱରେ ଗଠିତ ଗୋଷ୍ଠୀ ହେଉଛି ପ୍ରକୃତ ଶିବସେନା, ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ସେ କିମ୍ବା ତାଙ୍କ ସମର୍ଥକମାନେ ଅଯୋଗ୍ୟତା ଧମକ ଦ୍ୱାରା ଭୟଭୀତ ହେବେ ନାହିଁ।

ମହାରାଷ୍ଟ୍ର ବିଧାନସଭାରେ ଶିନ୍ଦେଙ୍କୁ ଶିବସେନା ବିଧାୟକ ଦଳ ନେତା ପଦରୁ ବରଖାସ୍ତ କରାଯାଇ ଅଜୟ ଚୌଧୁରୀଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି। ତେବେ ବିଦ୍ରୋହୀ ଗୋଷ୍ଠୀ ସିନ୍ଦେଙ୍କୁ ସେମାନଙ୍କ ନେତା ଭାବେ ବଜାୟ ରଖି ଏକ ସଂକଳ୍ପ ପାରିତ କରି ସୁନୀଲ ପ୍ରଭୁଙ୍କ ସ୍ଥାନରେ ଭାରତ ଗୋଗାୱାଲେଙ୍କୁ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରଛନ୍ତି ବୋଲି ସିନ୍ଦେ କହିଛନ୍ତି।

ଅନ୍ୟପଟେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଶିବିର ଅଧିକ ଶକ୍ତିଶାଳୀ ହେଉଥିବାରୁ ଦଳର ସାଂସଦ ଏବଂ ମୁଖପାତ୍ର ସଞ୍ଜୟ ରାଉତ ସାମ୍ବାଦିକମାନଙ୍କୁ କହିଛନ୍ତି, କେବଳ ଆଇନଗତ ମାର୍ଗ ନୁହେଁ, ଆମେ ସମସ୍ତ ବିକଳ୍ପ ଅନୁସନ୍ଧାନ କରୁଛୁ।

publive-image

-- ସିନ୍ଦେ ଦାବି କରିଛନ୍ତି ଯେ ଶିବସେନାର ୪୦ ଜଣ ବିଧାୟକଙ୍କ ସମେତ ୫୦ ଜଣ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି।
-- ଶିବସେନା ମନ୍ତ୍ରୀ ଆଦିତ୍ୟ ଠାକରେ ମୁମ୍ବାଇରେ ଦଳର ମୁଖ୍ୟାଳୟ ‘ମାତୋଶ୍ରୀ’ରେ ଜିଲ୍ଲା ମୁଖ୍ୟ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ଦେଇଛନ୍ତି।
-- ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି ସରକାର ଏହାର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିବେ।
-- ମହାରାଷ୍ଟ୍ରରେ ରାଜନୈତିକ ବିକାଶ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ମୁମ୍ବାଇରେ ଦଳୀୟ ବୈଠକରେ ଯୋଗ ଦେଇଛନ୍ତି।
-- ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ଶିବସେନା ମଧ୍ୟରେ ଚାଲିଥିବା ନାଟକ ସହିତ ତାଙ୍କ ଦଳର କୌଣସି ସମ୍ପର୍କ ନାହିଁ।

ଏପଟେ ଶୁକ୍ରବାର ସକାଳୁ ଥାନେ ଜିଲ୍ଲାର ମୀରା ଭାୟାନ୍ଦରରେ ଶିବସେନା ନେତା ଏକନାଥ ସିନ୍ଦେଙ୍କ ସମର୍ଥନରେ ଏକ ପୋଷ୍ଟର ଲଗାଯାଇଛି। ସିନ୍ଦେ କହିଛନ୍ତି ଯେ ସେ ଶିବସେନାର ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବ ଠାକରେ ଏବଂ ସ୍ୱର୍ଗତ ସେନା ନେତା ଆନନ୍ଦ ଦିଘେଙ୍କ ପ୍ରକୃତ ଅନୁଗାମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe