ନୂଆଦିଲ୍ଲୀ : ଆଞ୍ଚଳିକ ଦଳ ରୂପେ ଓଡ଼ିଶାରେ ବିଜୁ ଜନତା ଦଳ ନିଜର ପତିଆରା ବିସ୍ତାର କରିଥିବା ବେଳେ ଏବେ ଜାତୀୟ ସ୍ତରରେ ସ୍ଥିତି ମଜବୁତ୍ କରିବାପାଇଁ ପ୍ରସାୟ ଆରମ୍ଭ ହୋଇଛି। ଜାତୀୟସ୍ତରରେ ଦଳର ପ୍ରଚାର ଓ ପ୍ରସାର ପାଇଁ ଖୁବ୍ ଶୀଘ୍ର ଜାତୀୟ ରାଜଧାନୀ ଦିଲ୍ଲୀରେ ବିଜୁ ଜନତା ଦଳର ଜାତୀୟ ମିଡିଆ ସେଲ୍ କାର୍ଯ୍ୟ ଆରମ୍ଭ କରିବ। ଦିଲ୍ଲୀର ୪ ଫିରୋଜଶାହା ରୋଡ୍ରେ ମିଡିଆ ସେଲ୍ର କାର୍ଯ୍ୟାଳୟ ସ୍ଥାପନ କରାଯିବ। ବିଜେଡିର ଜାତୀୟ ପ୍ରବକ୍ତା ତଥା ଜାତୀୟ ମିଡିଆ ସଂଯୋଜକ ଗିରିଧାରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନ୍ୟାସନାଲ୍ ମିଡିଆ ସେଲ୍ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।
ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ବିଜେଡି ଜାତୀୟ ମିଡିଆ ସେଲ୍
Advertisment
Follow Us