୨୧ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ସୁପାରିସ

Advertisment

ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟ କଲେଜିୟମ୍ ଆଜି ଅନୁଷ୍ଠିତ ବୈଠକରେ ହାଇକୋର୍ଟର ୨୧ ଜଣ ବିଚାରପତିଙ୍କ ନାମ ବଦଳି  ପାଇଁ ସୁପାରିସ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟ କଲେଜିୟମ୍ ଆଜି ଅନୁଷ୍ଠିତ ବୈଠକରେ ହାଇକୋର୍ଟର ୨୧ ଜଣ ବିଚାରପତିଙ୍କ ନାମ ବଦଳି  ପାଇଁ ସୁପାରିସ କରିଛନ୍ତି।

Supreme Court

Supreme Court

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟ କଲେଜିୟମ୍ ଆଜି ଅନୁଷ୍ଠିତ ବୈଠକରେ ହାଇକୋର୍ଟର ୨୧ ଜଣ ବିଚାରପତିଙ୍କ ନାମ ବଦଳି  ପାଇଁ ସୁପାରିସ କରିଛନ୍ତି। ସୁପ୍ରିମ୍‌କୋର୍ଟ ଜାରି କରିଥିବା ବିବୃତିରେ ୨୧ ବିଚାରପତିଙ୍କ ନୂତନ ନିଯୁକ୍ତିର ସଂପୂର୍ଣ୍ଣ ତାଲିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ  ନିଜର ମୂଳ ହାଇକୋର୍ଟକୁ ପ୍ରତ୍ୟାବର୍ତ୍ତନ କରିବେ। 
ପଞ୍ଜାବ ଓ ହରିୟାଣା ହାଇକୋର୍ଟର ୩ ଜଣ ବିଚାରପତି- ସଞ୍ଜୀବ ପ୍ରକାଶ ଶର୍ମାଙ୍କୁ ରାଜସ୍ଥାନ ହାଇକୋର୍ଟ, ବିଚାରପତି ସୁଧୀର ସିଂହଙ୍କୁ ପାଟନା ହାଇକୋର୍ଟ, ବିଚାରପତି ଅନୀଲ କ୍ଷେତ୍ରପାଳଙ୍କୁ ଦିଲ୍ଲୀ ହାଇକୋର୍ଟ ବଦଳି ନିମନ୍ତେ ସୁପାରିସ କରାଯାଇଛି।  ରାଜସ୍ଥାନ ହାଇକୋର୍ଟର ୨ଜଣ ବିଚାରପତି-  ଅରୁଣ କୁମାର ମୋଙ୍ଗାଙ୍କୁ ଦିଲ୍ଲୀ ହାଇକୋର୍ଟ ଏବଂ  ଶ୍ରୀ ଚନ୍ଦ୍ରଶେଖରଙ୍କୁ ବମ୍ବେ ହାଇକୋର୍ଟ ବଦଳି ସୁପାରିସ ହୋଇଛି।  ଗୌହାଟୀ ହାଇକୋର୍ଟର ୩ ବିଚାରପତି-  ଲନୁସୁଙ୍ଗକୁମ୍‌ ଜମିରଙ୍କୁ କଲିକତା ହାଇକୋର୍ଟ,  ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟ,  ସୁମନ ଶ୍ୟାମଙ୍କୁ ବମ୍ବେ ହାଇକୋର୍ଟ ବଦଳି ନିମନ୍ତେ ସୁପାରିସ ହୋଇଛି।  କର୍ଣ୍ଣାଟକ ହାଇକୋର୍ଟର ୩ ବିଚାରପତି-  ଭି କାମେଶ୍ବର ରାଓଙ୍କୁ ଦିଲ୍ଲୀ ହାଇକୋର୍ଟ,  ସି ସୁମଲତାଙ୍କୁ ତେଲେଙ୍ଗାନା ହାଇକୋର୍ଟ,  ଲଳିତା କାନ୍ନେଗାନିଙ୍କୁ ତେଲେଙ୍ଗାନା ହାଇକୋର୍ଟ ବଦଳି ସୁପାରିସ ହୋଇଛି।  ଆହ୍ଲାବାଦ ହାଇକୋର୍ଟର ୪ ବିଚାରପତି-  ଅଶ୍ବିନୀ କୁମାର ମିଶ୍ରଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ,  ବିବେକ ଚୌଧୁରୀଙ୍କୁ ଦିଲ୍ଲୀ ହାଇକୋର୍ଟ,  ଓମ୍‌ ପ୍ରକାଶ ଶୁକ୍ଳାଙ୍କୁ ଦିଲ୍ଲୀ ହାଇକୋର୍ଟ, ବିଚାରପତି ଜୟନ୍ତ ବାନାର୍ଜୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ବଦଳି ସୁପାରିସ ହୋଇଛି।

ମାଡ୍ରାସ ହାଇକୋର୍ଟର ୨ ବିଚାରପତି-  ବିବେକ କୁମାର ସିଂହଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ, ବିଚାରପତି ବଟ୍ଟୁ ଦେବାନନ୍ଦଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବଦଳି ସୁପାରିସ ହୋଇଛି।  ପାଟନା ହାଇକୋର୍ଟର ଜଣେ ବିଚାରପତି ଅନ୍ନିରେଡ୍ଡି ଅଭିଷେକ ରେଡ୍ଡିଙ୍କୁ ତେଲେଙ୍ଗାନା ହାଇକୋର୍ଟ ବଦଳି ହୋଇଥିବା ବେଳେ ତେଲେଙ୍ଗାନା ହାଇକୋର୍ଟର ବିଚାରପତି ସୁ‌ଜୟ ପୌଲ୍‌ଙ୍କୁ କଲିକତା ହାଇକୋର୍ଟ ବଦଳି ସୁପାରିସ ହୋଇଛି। ବମ୍ବେ ହାଇକୋର୍ଟର ବିଚାରପତି ବାସୁଦେବ ସମ୍ବାରେଙ୍କୁ ଦିଲ୍ଲୀ ହାଇକୋର୍ଟ ବଦଳି ହୋଇଥିବା ବେଳେ କେରଳ ହାଇକୋର୍ଟର ବିଚାରପତି ଦିନେଶ କୁମାର ସିଂହଙ୍କୁ କର୍ଣ୍ଣାଟକ ହାଇକୋର୍ଟ ନିମନ୍ତେ ବଦଳି ସୁପାରିସ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe