୫ ବିଶ୍ବବିଦ୍ୟାଳୟରେ ସୁଭାଷ ଚନ୍ଦ୍ର ଚେୟାର ପାଇଁ ସୁପାରିସ

Advertisment
ନେତାଜୀଙ୍କ ଜୟନ୍ତୀରେ କଟକରେ ଭବ୍ୟ କାର୍ଯ୍ୟକ୍ରମ

News For Public

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ ରୂପରେଖ ପ୍ରସ୍ତୁତ କରାଯାଉଛି। ଏହି କ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ବାରା ଦେଶର ପାଞ୍ଚଟି ବିଶ୍ବବିଦ୍ୟାଳୟରେ ସୁଭାଷ ବୋଷ ଚେୟାର ପ୍ରତିଷ୍ଠା କରିବା ପାଇଁ ସୁପାରିସ କରାଯାଇଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିସ୍ତୁତ ଯୋଜନା ମଧ୍ୟ ପ୍ରସ୍ତୁତ କାରଯାଇଥିବା ସୂତ୍ରରୁ ଜଣାପଡିଛି। କେବଳ ଏତିକି ନୁହେଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଧ୍ୟ ତାଙ୍କର ଜୀବନୀ ଓ ଉପଲବ୍ଧିକୁ ନେଇ ଅନ୍‌ଲାଇନ୍ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରୁଛି। ଯାହାକୁ ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟୟନ ପାଇଁ ଜାରି କରାଯିବ। ସୂତ୍ର ଅନୁସାରେ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟଦ୍ବାରା ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଦେଶର ୫ଟି ବିଶ୍ବବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା କରିବା ସୁପାରିଶ ପରେ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ୫ଟି ବିଶ୍ବବିଦ୍ୟାଳୟର ଚୟନ ନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ, ଓଡିଶାର କୌଣସି ଏକ ବିଶ୍ବବିଦ୍ୟାଳୟରେ ସୁବାଷ ବୋଷଙ୍କ ନାମରେ ଚେୟାର ପ୍ରତିଷ୍ଠା କରାଯିବାର ଅଧିକ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ବିଶେଷଜ୍ଞଙ୍କ ମତ ଅନୁସାରେ, ସୁଭାଷ ବୋଷଙ୍କ ଜନ୍ମ ଓ ପ୍ରାରମ୍ଭିକ ଶିକ୍ଷା କଟକରେ ହୋଇଥିବାରୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ହେବାର ଅଧିକ ସମ୍ଭାବନା ରହିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe