AgriFarming
ନୂଆଦିଲ୍ଲୀ : ଓଡ଼ିଶାର ‘ବୈତରଣୀ ଜୀବିକା ଆକଳନ’ ନମୁନାର ପ୍ରୟୋଗ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଷ୍ଟାଣ୍ଡିଂ କମିଟି ଆୟୁଷ ମନ୍ତ୍ରାଳୟକୁ ସୁପାରିସ କରିଛି। ଏହା ଦ୍ବାରା ଉଚ୍ଚ ଗୁଣ ଓ ମାନର ଔଷଧୀୟ ବୃକ୍ଷ ଚାଷ କରାଯାଉଛି। ଏହାକୁ ଚେରମୂଳୀ ଔଷଧ ଉତ୍ପାଦନକାରୀ ସଂଗ୍ରହ କରୁଛନ୍ତି। ଯାହା ଫଳରେ ବୈତରଣୀ ଜୀବିକା ଆକଳନ ଲାଭବାନ ହେଉଛି। ଚେରମୂଳୀ ଔଷଧ କ୍ଷେତ୍ରରେ ଏହି ବ୍ୟବସ୍ଥାର ଯୋଗାଣ ସ୍ଥିତିକୁ ପରଖିବା ସହ ପ୍ରୟୋଗ ପାଇଁ କମିଟି ସୁପାରିସ କରିଛି। ରାଜ୍ୟସଭା ସାଂସଦ ପ୍ରଫେସର ରାମ ଗୋପାଳ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ସଂସଦରେ ଉପସ୍ଥାପନ ହୋଇଛି।
କମିଟି ସୁପାରିସରେ କରିଛି, ଏହି ନମୁନା ଆଧାରରେ ଆୟୁଷ ମନ୍ତ୍ରାଳୟ ଦେଶରେ ଚେରମୂଳୀ ଔଷଧ କ୍ଷେତ୍ରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିପାରିବ। ଏହା ଦ୍ବାରା ଚାଷୀଙ୍କ ଆୟକୁ ଦ୍ବି ଗୁଣିତ କରାଯାଇ ପାରିବ। ଓଡ଼ିଶାରେ ମୋଟ ୨୫୦ଟି ‘ଆୟୁଷ ହେଲ୍ଥ ଆଣ୍ଡ୍ ୱେଲନେସ୍ ସେଣ୍ଟର’ ଅନୁମୋଦିତ ହୋଇଥିବାବେଳେ ୭୫ଟି ଉତ୍ତମ କାର୍ଯ୍ୟ କରୁଛି। ଏହି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ରୀୟ ଅଂଶଧନ ବାବଦରେ ୧୭.୯୨ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
Follow Us