ରେଳ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ସୁପାରିସ

Advertisment
ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବ କେବେ?

RailNews Media India Ltd

ନୂଆଦିଲ୍ଲୀ : ପୂର୍ବତଟ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବା ଲକ୍ଷ୍ୟକୁ ସୁନିଶ୍ଚିତ କରିବା ପାଇଁ ବାଣିଜ୍ୟ ସଂପର୍କୀତ ଷ୍ଟାଣ୍ଡିଂ କମିଟି ରେଳ ମନ୍ତ୍ରାଳୟକୁ ସୁପାରିସ କରିଛି। ଭି. ବିଜୟସାଇ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ରପ୍ତାନି ବୃଦ୍ଧି ପାଇଁ ଭିତ୍ତିଭୂମି ବ୍ୟବସ୍ଥାକୁ ସୁଦୃଢ଼ କରିବା ସଂକ୍ରାନ୍ତ ୨୪୧ ପୃଷ୍ଠାର ରିପୋର୍ଟକୁ ଆଜି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କିୟାନାଇଡ଼ୁଙ୍କୁ ପ୍ରଦାନ କରିଛି।

ରିପୋର୍ଟରେ ପୂର୍ବତଟ ‌ରେଲବାଇର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ବୁନ୍ଧାମଲ-ଝାରସୁଗୁଡ଼ା ଫ୍ଲାଏଓଭର ପ୍ରକଳ୍ପ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ବିଳମ୍ବ ହୋଇଛି। ଏହାର ସମାଧାନ ପାଇଁ ରେଳ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଓଡ଼ିଶା-ଝାଡ଼ଖଣ୍ଡ ଲୁହାପଥର ଲୋଡିଂ ମଲ୍‌ଟି ମୋଡାଲ୍‌ ଅପରେସନ୍‌ ଭଳି ଏକୀକରଣ ବ୍ୟବସ୍ଥାକୁ ଅନ୍ୟ ରାଜ୍ୟମାନେ ଉପଯୋଗ କରିବା ପାଇଁ କମିଟି ମନ୍ତ୍ରାଳୟକୁ ସୁପାରିସ କରିଛି। ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ‘ଚିଠା ବନ୍ଦର ବିଲ୍‌-୨୦୨୧’ରେ ରାଜ୍ୟମାନଙ୍କ ଦ୍ବାରା ଯେଉଁ ସବୁ ଆଶଙ୍କା ଓ ଚିନ୍ତା ପ୍ରକଟ କରାଯାଇଛି, ତାହାକୁ ଅନୁଧ୍ୟାନ କରିବା ପାଇଁ କମିଟି ମନ୍ତ୍ରାଳୟକୁ କହିଛି। ରାଜ୍ୟମାନଙ୍କ ସହମତି ବିନା କୌଣସି ନିଷ୍ପତ୍ତି ନ‌ ନେବା ପାଇଁ କୁହାଯାଇଛି। ଓଡ଼ିଶା ସମେତ ଦେଶର ୧୧ଟି ରାଜ୍ୟରେ ବିକଶିତ ହେଉଥିବା ଶିଳ୍ପ କରିଡରଗୁଡ଼ିକର ଅଗ୍ରଗତି ମନ୍ଥର ରହିଥିବା ପ୍ରସଙ୍ଗକୁ ନେଇ କମିଟି ଚିନ୍ତାବ୍ୟକ୍ତ କରିଛି। ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ କାର୍ଯ୍ୟ କି ଭଳି ଶେଷ ହେବ ସେ ନେଇ ପ୍ରୟାସ କରିବା ପାଇଁ ବାଣିଜ୍ୟ ମନ୍ତ୍ରାଳୟକୁ କମିଟି ସୁପାରିସ କରିଛି। ପାରାଦୀପ ବନ୍ଦର ଶିଳ୍ପାଞ୍ଚଳର ବିକାଶ ପାଇଁ ଶହେ ଏକର ଜମିରେ ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ବିଶୋଧନ ଓ ଉର୍ବରକ ପ୍ଲାଣ୍ଟ୍‌ ପ୍ରତିଷ୍ଠା ଆଦି ପ୍ରସ୍ତାବକୁ କମିଟି ପ୍ରଶଂସା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe