ଜ୍ୟୋତିର୍ବିଜ୍ଞାନୀ ଦେଖିଲେ ୩୯୦ ନିୟୁତ ଆଲୋକ-ବର୍ଷ ଦୂରରେ କୃଷ୍ଣ ଗହ୍ଵର ଦ୍ୱାରା ଅତି ପ୍ରଚଣ୍ଡ ବିସ୍ଫୋରଣ

Advertisment
ଜ୍ୟୋତିର୍ବିଜ୍ଞାନୀ ଦେଖିଲେ ୩୯୦ ନିୟୁତ ଆଲୋକ-ବର୍ଷ ଦୂରରେ କୃଷ୍ଣ ଗହ୍ଵର ଦ୍ୱାରା ଅତି ପ୍ରଚଣ୍ଡ ବିସ୍ଫୋରଣ

Image Source: Zee News

ଓ୍ଵାସିଂଟନ୍‌ ଡିସି: ବିଶ୍ୱ ବ୍ରହ୍ମାଣ୍ଡର ପ୍ରାୟ ୩୯୦ ନିୟୁତ ଆଲୋକ-ବର୍ଷ ଦୂରରେ କୃଷ୍ଣ ଗହ୍ଵର ଦ୍ୱାରା ହୋଇଥିବା ଏକ ଅତି ପ୍ରଚଣ୍ଡ ବିସ୍ଫୋରଣକୁ ଜ୍ୟୋତିର୍ବିଜ୍ଞାନୀମାନେ ଦେଖିପାରିଛନ୍ତି।

ଓ୍ଵାସିଂଟନ୍‌ ଡିସି ଠାରେ ଥିବା ନୌସେନା ଗବେଷଣା ପରୀକ୍ଷାଗାରର ଜ୍ୟୋତିର୍ବିଜ୍ଞାନୀ ସାଇମୋନା ଗିଆସିନ୍‌ଟୁକି କହିଛନ୍ତି ଯେ ଏହି ମହାଜାଗତିକ ବିସ୍ଫୋରଣ ଗୋଟିଏ ପଟୁ ୧୯୮୦ ମସିହାରେ ମାଉଣ୍ଟ୍‌ ସେଣ୍ଟ୍‌ ହେଲେନ୍‌ର ଶୃଙ୍ଗରେ ହୋଇଥିବା ଆଗ୍ନେୟଗିରି ଉଦ୍‌ଗୀରଣ ଭଳି ଦିଶୁଥିଲା। କିନ୍ତୁ, ଫରକ ଏତିକି ଯେ ଏହି ବିସ୍ଫୋରଣଜନିତ ସୃଷ୍ଟି ହୋଇଥିବା ଗହ୍ଵରରେ ୧୫ଟି ଆକାଶଗଙ୍ଗା ଧରିଯିବ।

publive-image Image Source: Devdiscourse

‘ନାସା’ର ଚନ୍ଦ୍ର-ଏକ୍ସ-ରେ’ ଅବ୍‌ଜର୍‌ଭେଟରି’ ଓ ‘ଇଏସ୍‌ଏ’ର ଏକ୍ସଏମ୍‌ଏମ୍‌-ନିଉଟନ୍‌’ରୁ ମିଳିଥିବା ଏକ୍ସ-ରେ ତଥ୍ୟ, ଅଷ୍ଟ୍ରେଲିଆର ‘ମଚିସନ୍‌ ଓ୍ଵାଇଡ୍‌ଫିଲ୍‌ଡ୍‌ ଆରେ’ର ରେଡିଓ ତଥ୍ୟ ଏବଂ ଭାରତର ’ଜାଏଣ୍ଟ୍‌ ମେଟ୍ରୋେଓ୍ଵଭ୍‌ ରେଡିଓ ଟେଲିସ୍କୋପ୍‌’ ତଥ୍ୟ ସବୁକୁ ବ୍ୟବହାର କରି ଜ୍ୟୋତିର୍ବିଜ୍ଞାନୀମାନେ ଏହି ବିସ୍ଫୋରଣକୁ ଆବିଷ୍କାର କରିଛନ୍ତି।

ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ବିସ୍ଫୋରଣରୁ ସୃଷ୍ଟି ହୋଇଥିବା ଶକ୍ତି ଏଯାବତ୍‌ ଜଣାଥିବା ଶକ୍ତିଶାଳୀ ବିସ୍ଫୋରଣ (ଏମ୍‌ଏସ୍‌ ୦୭୩୫+୭୪) ଠାରୁ ୫ଗୁଣ ଅଧିକ। ପୃଥିବୀ ଠାରୁ ପ୍ରାୟ ୩୯୦ ନିୟୁତ ଆଲୋକବର୍ଷ ଦୂରରେ ଥିବା ଅଫିୟୁକସ୍‌ ନକ୍ଷତ୍ର ମଣ୍ଡଳୀ ପୁଞ୍ଜରେ ଏହି ବିଶାଳ ବିସ୍ଫୋରଣ ଘଟିଛି। ଗବେଷକମାନଙ୍କ କହିବା କଥା ଯେ ଏହି ପ୍ରଚଣ୍ଡ ଓ ବିଶାଳ ବିସ୍ଫୋରଣ କୃଷ୍ଣ ଗହ୍ଵର ଦ୍ୱାରା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe