ଟଙ୍କା ଜବତରେ ରେକର୍ଡ : ନିର୍ବାଚନ କମିସନ ଏପର୍ଯ୍ୟନ୍ତ ଜବତ କଲେଣି ୪୬୫୦ କୋଟି

ଟଙ୍କା ଜବତରେ ରେକର୍ଡ : ନିର୍ବାଚନ କମିସନ ଏପର୍ଯ୍ୟନ୍ତ ଜବତ କଲେଣି ୪୬୫୦ କୋଟି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ରେ ସୋମବାର ସୁଦ୍ଧା ନିର୍ବାଚନ କମିସନ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ଏହା ୨୦୧୯ ନିର୍ବାଚନରେ ହୋଇଥିବା ସମୁଦାୟ ଆଦାୟ ଠାରୁ ଅଧିକ। ପୂର୍ବରୁ କେବେ ବି ଏତେ ଟଙ୍କା ଜବତ ହୋଇନଥିଲା।  କମିସନ କେବଳ ନଗଦ ଟଙ୍କା ଜବତ କରୁନାହାନ୍ତି, ବରଂ ମଦ, ଅନ୍ୟାନ୍ୟ ମାଗଣା ବଣ୍ଟନ ସାମଗ୍ରୀ ଆଦିକୁ ମଧ୍ୟ ଜବତ କରୁଛନ୍ତି ।

ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁ ଟଙ୍କା ଜବତ ମାମଲାରେ ଏକ ରେକର୍ଡ ସୃଷ୍ଟି କରିସାରିଛି। ନିର୍ବାଚନ କମିସନ କହିଛନ୍ତି ଯେ ତାଙ୍କ ତତ୍ତ୍ୱାବଧାନରେ ଅଧିକାରୀମାନେ ରେକର୍ଡ ୪,୬୫୦ କୋଟି ଟଙ୍କା ଜବତ କରିଛନ୍ତି। ଏହା ୨୦୧୯ ସଂସଦୀୟ ନିର୍ବାଚନରେ ହୋଇଥିବା ମୋଟ ଆଦାୟ ଠାରୁ ଅଧିକ। ପ୍ରାୟ ପ୍ରତିଦିନ ହାରାହାରି ୧୦୦ କୋଟି ଟଙ୍କା ଜବତ କରୁଛନ୍ତି ନିର୍ବାଚନ କମିସନ । ଯଦି ଏହି ଧାରା ବଜାୟ ରହେ ତେବେ ଦେଶର ୭୫ ବର୍ଷର ନିର୍ବାଚନ ଇତିହାସରେ ସବୁଠାରୁ ଅଧିକ ଟଙ୍କା ଜବତ ହେବାର ରେକର୍ଡ ହେବାକୁ ଯାଉଛି । କମିସନ କହିଛନ୍ତି ଯେ ଟଙ୍କା ଜବତ ପାଇଁ ସ୍ବତନ୍ତ୍ର ଭ୍ରାମ୍ୟମାଣ ଟିମ, ଭିଜିଲାନ୍ସ ଟିମ, ଭିଡିଓ ଯାଞ୍ଚକାରୀ ଟିମ ଓ ସୀମା ଚୌକୀଗୁଡ଼ିକ ଦିନରାତି କାମ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe