ଲଗାତାର ୨ ଦିନ ଧରି ବିଶ୍ବରେ ରେକର୍ଡ ସଂକ୍ରମଣ

Advertisment
ଲଗାତାର ୨ ଦିନ ଧରି ବିଶ୍ବରେ ରେକର୍ଡ ସଂକ୍ରମଣ

The Daily Star

ନୂଆଦିଲ୍ଲୀ: ଲଗାତାର ୨ ଦିନ ଧରି ବିଶ୍ବରେ ରେକର୍ଡ ସଂଖ୍ୟକ ସଂକ୍ରମଣ ରିପୋର୍ଟ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗତକାଲି ଗୋଟିଏ ଦିନରେ ସର୍ବାଧିକ ୨ ଲକ୍ଷ ୫୯ ହଜାର ୮୪୮ ସଂକ୍ରମଣ ମାମଲା ରିପୋର୍ଟ କରିଥିବା ବେଳେ ଶୁକ୍ରବାର ଦିନ ୨ ଲକ୍ଷ ୩୭ ହଜାର ୭୪୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ମୃତ୍ୟୁସଂଖ୍ୟା ମଧ୍ୟ ସର୍ବାଧିକ ୭,୩୬୦ ରହିଥିଲା। ବିଶ୍ବରେ କରୋନା ସଂକ୍ରମଣ ମାମଲା ଶୁକ୍ରବାର ୧ କୋଟି ୪୦ ଲକ୍ଷ ଟପିଯାଇଥିଲା। ତେବେ ଆମେରିକା ଏବଂ ବ୍ରାଜିଲ୍‌ରେ ସାଂଘାତିକ ସ୍ଥିତି ଉପୁଜିଛି। ଲଗାତାର ୨ ଦିନ ଧରି ଆମେରିକାରେ ସଂକ୍ରମଣ ମାମଲା ୭୦ ହଜାରରୁ ଅଧିକ ରହିବା ପରେ ଗତକାଲି ଏହା କମିଛି। ଗତ ୨୪ ଘଣ୍ଟ‌ା ମଧ୍ୟରେ ଆମେରିକାରେ ୬୩ ହଜାର ୬୯୮ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୮୫୩ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୮ ଲକ୍ଷ ୩୬ ହଜାର ୬୮୬ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ପହଞ୍ଚିଛି।

ବ୍ରାଜିଲ୍‌ରେ ସଂକ୍ରମଣ ମାମଲା ୨୦ ଲକ୍ଷ ୭୫ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୭୯ ହଜାର ରହିଛି। ବ୍ରାଜିଲ୍‌ରେ ଅଧିକ କୋଭିଡ୍‌ ଟେଷ୍ଟିଂ ହେଊନଥିବାରୁ ବାସ୍ତବ ମାମଲା ସରକାରୀ ମାମଲା‌ଠାରୁ ମାତ୍ରାଧିକ ଥିବ ବୋଲି କୁହାଯାଉଛି। ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଥିବାବେଳେ ଗୁରୁତର ‌ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ବ୍ରାଜିଲ୍‌ରେ ହସ୍ପିଟାଲ୍‌ମାନଙ୍କରେ ବେଡ୍‌ ଏବଂ ଆଇସିୟୁ ଅଭାବ ଦେଖାଦେଇଛି। ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୧ କୋଟି ୪୫ ଲକ୍ଷ ହୋଇଥିବା ବେଳେ ୬ ଲକ୍ଷ ୫ ହଜାର ୮୩୮ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe