୧୧୨ ଦିନ ମଧ୍ୟରେ ଦେଶର ୭୩୬ଟି ଜିଲ୍ଲାରେ ରେକର୍ଡ ସଂଖ୍ୟକ ୨୪୯୪ଟି ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ

Advertisment

ପିଏମ କେୟାର୍ସ ପାଣ୍ଠି ଅଧୀନରେ ୧୧୮୩ଟି ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା

ପିଏମ କେୟାର୍ସ ପାଣ୍ଠି ଅଧୀନରେ ୧୧୮୩ଟି ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା

୧୧୨ ଦିନ ମଧ୍ୟରେ ଦେଶର ୭୩୬ଟି ଜିଲ୍ଲାରେ ରେକର୍ଡ ସଂଖ୍ୟକ ୨୪୯୪ଟି ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ

The Hans India

ନୂଆଦିଲ୍ଲୀ : ଦେଶର ୭୩୬ଟି ଜିଲ୍ଲାର ସରକାରୀ ଡାକ୍ତରଖାନାଗୁଡ଼ିକରେ ୧୧୨ ଦିନ ମଧ୍ୟରେ ରେକର୍ଡ  ସଂଖ୍ୟକ ୨୪୯୪ଟି ପ୍ରେସର ସ୍ବିଙ୍ଗ ଆଡସୋର୍ପସନ (ପିଏସଏ) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଏହି ସବୁ ଅକ୍ସିଜେନ ପ୍ଲାଣ୍ଟରୁ ଦୈନିକ ୩,୩୨୪ ଟନ୍ ଅମ୍ଳଜାନ ଉତ୍ପାଦନ ହେଉଛି। ଏସବୁ ଅକ୍ସିଜେନ ପ୍ଲାଣ୍ଟ ମଧ୍ୟରୁ ପିଏମ କେୟାର୍ସ ପାଣ୍ଠି ଅଧୀନରେ ୧୧୮୩ଟି ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି।

ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି, “ଚଳିତ ମାସ ଶେଷ ସୁଦ୍ଧା ଆମେ ପିଏମ କେୟାର୍ସ ପାଣ୍ଠି ଅଧୀନରେ ଅବଶିଷ୍ଟ ୪୧ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବୁ। ଏହି କାର୍ଯ୍ୟ ଆମେ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବୁ ବୋଲି ବିଶ୍ୱାସ ରହିଛି। ଲକ୍ଷ୍ୟ ଆଧାରିତ ଆଭିମୁଖ୍ୟ ନେଇ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଉଛି ଏବଂ ‘ସାମଗ୍ରିକ ସରକାର’ ମିଳିତ ଭାବେ କାର୍ଯ୍ୟ କରିବାର ଏହା ଏକ ଶ୍ରେଷ୍ଠ ଉଦାହରଣ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଅନ୍ୟାନ୍ୟ ସଂସ୍ଥାମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୧୩୧୧ଟି ପିଏସଏ ପ୍ଲାଣ୍ଟ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି।

publive-image

ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠାର ସ୍ଥିତି ସଂକ୍ରାନ୍ତ ଦସ୍ତାବିଜରୁ ଜଣାପଡ଼ିଛି ଯେ, ପିଏମ କେୟାର୍ସ ପାଣ୍ଠି ଅଧୀନରେ ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୧୦୦ ପ୍ରତିଶତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୯୦ ପ୍ରତିଶତ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି। ଅବଶିଷ୍ଟ ୫ଟି ରାଜ୍ୟରେ ୯୦ ପ୍ରତିଶତରୁ କମ ପ୍ଲାଣ୍ଟ କାର୍ଯ୍ୟ କରୁଛି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ସରକାର ସଙ୍କଟକୁ ସୁଯୋଗରେ ପରିଣତ କରି ପୂର୍ବରୁ ଅକ୍ସିଜେନ ସିଲିଣ୍ଡର ଉପରେ ନିର୍ଭରଶୀଳ ଡାକ୍ତରଖାନାଗୁଡ଼ିକରେ ଏହିସବୁ ପ୍ଲାଣ୍ଟ ସଂଯୋଗ କରିଛନ୍ତି। ବର୍ତ୍ତମାନ ଦେଶର ଅଧିକାଂଶ ଜିଲ୍ଲାରେ ଏହିସବୁ ସୁବିଧା ମାଧ୍ୟମରେ ମେଡ଼ିକାଲ ଅକ୍ସିଜେନ୍ ଆବଶ୍ୟକତା ଦୀର୍ଘକାଳୀନ ଭିତ୍ତିରେ ପୂରଣ କରାଯାଇପାରିବ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ, ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଲାଗି ଆମେ ବୈଷୟିକ ପୃଷ୍ଠଭୂମିର ପ୍ରାୟ ୭,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦେଇଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସଚିବ କହିଛନ୍ତି ଯେ ଏସବୁ ପ୍ଲାଣ୍ଟରେ ‘ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍’ ଜ୍ଞାନକୌଶଳ ରହିଛି। ଡିସେମ୍ବର ଶେଷ ସୁଦ୍ଧା ଆମେ ସବୁ ଲକ୍ଷ୍ୟ ହାସଲ କରିପାରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe