ମହାରାଷ୍ଟ୍ରରେ ରେକର୍ଡ ଓମିକ୍ରନ୍‌ ମାମଲା

ମହାରାଷ୍ଟ୍ରରେ ରେକର୍ଡ ଓମିକ୍ରନ୍‌ ମାମଲା

Hindustan Times

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ରେକର୍ଡ ଭାଙ୍ଗିଛି ଓମିକ୍ରନ। ଆଜି ଦିନକରେ ୮୫ଟି ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। କୌଣସି ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଓମିକ୍ରନ୍‌ ମାମଲା ଚିହ୍ନଟ ହେବା ପ୍ରଥମ। ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା‌ ୨୫୨ରେ ପହଞ୍ଚିଯାଇଛି। ମହାରାଷ୍ଟ୍ରରେ ଲଗାତାର ୭ ଦିନ ଧରି ସଂକ୍ରମଣ ବଢ଼ି ଚାଲିଛି। ରାଜ୍ୟରେ ମୋଟ୍‌ ସଂକ୍ରମଣ ମାମଲା ୬୬,୬୧,୪୮୬ ରହିଛି। ଏଥି ମଧ୍ୟରୁ ୬୧ ପ୍ରତିଶତ ମାମଲା ମୁମ୍ବାଇରୁ ରହିଛି।

ଡିସେମ୍ବର ପ୍ରଥମ ସପ୍ତାହରେ ମହାରାଷ୍ଟ୍ରରେ ହାରାହାରି ସଂକ୍ରମଣ ୧୩୦୦ ରହୁଥିଲା। ଡିସେମ୍ବର ୨୨ରୁ ୨୮ ମଧ୍ୟରେ ମହାରାଷ୍ଟ୍ରରେ ନୂଆ ସଂକ୍ରମଣ ମାମଲା ୫,୪୭୮ ରହିଛି। ପୂର୍ବ ସପ୍ତାହ ତୁଳନାରେ ଏହା ୩୨୦ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟ ସଂକ୍ରମଣ ମାମଲାରେ ୩ ଗୁଣା ବୃଦ୍ଧି ହୋଇଛି। ମହାରାଷ୍ଟ୍ର ସରକାର ନୂଆବର୍ଷ ପାଇଁ ରାଜ୍ୟରେ ପୁଣିଥରେ କଟକଣା କଡ଼ାକଡ଼ି କରିଛନ୍ତି। ମୁମ୍ବାଇରେ କୋଭିଡ୍‌ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ୁଛି ଏବଂ ଏହା ସମ୍ଭାବ୍ୟ ତୃତୀୟ ଲହରର ଆରମ୍ଭ ବୋଲି ଅନୁମାନ କରାଯାଉଛି। ମୁମ୍ବାଇରେ ଆଜି ୨୫୧୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ମୁମ୍ବାଇ ସଂକ୍ରମଣ ମାମଲାରେ ୮୨ ପ୍ରତିଶତ ବୃଦ୍ଧି ହୋଇଛି।

ଗତକାଲି ମୁମ୍ବାଇର ସଂକ୍ରମଣ ୧୩୭୭ ଥିଲା। ମୁମ୍ବାଇ ଏବେ ଏକ ବଡ଼ ସଂକ୍ରମଣ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଆଜି ମୁମ୍ବାଇ ପୌର ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ୭ ମାସରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଥିବାରୁ ଆଗକୁ କଟକଣା ଆହୁରି କଡ଼ାକଡ଼ି କରାଯିବାକୁ ବିଚାର ବିମର୍ଶ ଚାଲିଛି। ଅନ୍ୟପକ୍ଷେ ମୁମ୍ବାଇରେ ଲଗାତାର ସଂକ୍ରମଣ ବୃଦ୍ଧି ସହ ମୁମ୍ବାଇର ଦୈନିକ ପଜିଟିଭ୍‌ ହାର ୪ ପ୍ରତିଶତ ରହିଛି। ଡିସେମ୍ବର ୧ ତୁଳନାରେ ଏହା ୭ ଗୁଣା ଅଧିକ। ମେ’ ପରେ ଦ୍ବିତୀୟ ଲହର ପରେ ଏହା ମୁମ୍ବାଇର ସର୍ବାଧିକ ପଜିଟିଭ୍‌ ହାର।

ଓମିକ୍ରନ୍‌ ଗବେଷଣାରେ ବଡ଼ ସଫଳତା

publive-image

ୱାସିଂଟନ: ବୈଜ୍ଞାନିକମାନେ ଓମିକ୍ରନ୍‌କୁ ନେଇ ଏଭଳି ଆଣ୍ଟିବଡ଼ି ଚିହ୍ନଟ କରିଛନ୍ତି ଯାହା କରୋନା ଭାଇରସ୍‌ର ଏହି ପ୍ରଜାତିକୁ ରୋକିବାକୁ ସକ୍ଷମ ହେବ। ଓମିକ୍ରନ୍‌ ଚିହ୍ନଟ ହେବା ପରଠାରୁ ଚାଲିଥିବା ନିରନ୍ତର ଗବେଷଣାର ଫଳ ମିଳିଛି ଏବଂ ଏହାକୁ ରୋକିବା ପାଇଁ ଆଣ୍ଟିବଡ଼ି ଚିହ୍ନଟ ହୋଇଥିବାରୁ ଏହା ବିଶ୍ବବ୍ୟାପୀ ଆଶ୍ବସ୍ତି ଆଣିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଓମିକ୍ରନ୍‌ ରୋକିବାକୁ ନୂଆ ଔଷଧ ଓ ଟିକା ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଏହା ନିର୍ଣ୍ଣାୟକ ହେବ ବୋଲି କୁହାଯାଇଛି। ଏ ବାବଦ ବିସ୍ତୃତ ଅଧ୍ୟୟନ ‘ନେଚର’ ପତ୍ରିକାରେ ପ୍ରକାଶ ପାଇଛି। ଓମିକ୍ରନ୍‌ର ସ୍ପାଇକ୍‌ ପ୍ରୋଟିନ୍‌ରେ ସର୍ବାଧିକ ୩୭ ମ୍ୟୁଟେସନ ହେଉଥିବା ବେଳେ ଏହାକୁ ଟାର୍ଗେଟ୍‌ କରୁଥିବା ଆଣ୍ଟିବଡ଼ି ଉପରେ ଫୋକସ କରି ବୈଜ୍ଞାନିକମାନେ ଏହି ସଫଳତା ପାଇଛନ୍ତି। ଚିହ୍ନଟ ହୋଇଥିବା ଆଣ୍ଟିବଡ଼ି ଦ୍ବାରା ଚିକିତ୍ସା କରାଗଲେ ଭାଇରସ୍‌ର ସଂକ୍ରମଣ କ୍ଷମତା ମଧ୍ୟ ଯଥେଷ୍ଟ କମିଯିବ ବୋଲି ୱାସିଂଟନ ସ୍କୁଲ୍‌ ଅଫ୍‌ ମେଡିସିନର ଆସୋସିଏଟ୍‌ ପ୍ରଫେସର ଡେଭିଡ୍‌ ଭେସ୍‌ଲେର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe