୧୦ ବର୍ଷ ମଧ୍ୟରେ ନବରାତ୍ରୀରେ ସର୍ବାଧିକ ବିକ୍ରି

Advertisment

ସରକାରଙ୍କ ଦ୍ବାରା ଜିଏସଟି ହ୍ରାସ କରାଯିବାର ସକାରାତ୍ମକ ପ୍ରଭାବ ପାର୍ବଣ ବଜାର ଉପରେ ପଡ଼ିଛି । ଏପରିକି ପୂଜା ବଜାରରେ ଗତ ୧୦ ବର୍ଷରେ ସର୍ବାଧିକ ବିକ୍ରି ରେକର୍ଡ କରାଯାଇଛି । 

ସରକାରଙ୍କ ଦ୍ବାରା ଜିଏସଟି ହ୍ରାସ କରାଯିବାର ସକାରାତ୍ମକ ପ୍ରଭାବ ପାର୍ବଣ ବଜାର ଉପରେ ପଡ଼ିଛି । ଏପରିକି ପୂଜା ବଜାରରେ ଗତ ୧୦ ବର୍ଷରେ ସର୍ବାଧିକ ବିକ୍ରି ରେକର୍ଡ କରାଯାଇଛି । 

record

ନୂଆଦିଲ୍ଲୀ : ସରକାରଙ୍କ ଦ୍ବାରା ଜିଏସଟି ହ୍ରାସ କରାଯିବାର ସକାରାତ୍ମକ ପ୍ରଭାବ ପାର୍ବଣ ବଜାର ଉପରେ ପଡ଼ିଛି । ଏପରିକି ପୂଜା ବଜାରରେ ଗତ ୧୦ ବର୍ଷରେ ସର୍ବାଧିକ ବିକ୍ରି ରେକର୍ଡ କରାଯାଇଛି । 

ଅଗ୍ରଣୀ କାର୍ ନିର୍ମାତା ମାରୁତି ସୁଜୁକିର ବିକ୍ରି ଚଳିତ ନବରାତ୍ରୀରେ ୧୦୦% ବୃଦ୍ଧି ପାଇଛି। କମ୍ପାନୀର କାର୍ ବିକ୍ରି ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ। ମାରୁତି ସୁଜୁକିର ବୁକିଂ ୩.୫ ଲକ୍ଷ ଛୁଇଁଥିବା ବେଳେ ବର୍ତ୍ତମାନ ୨.୫ ଲକ୍ଷ ବୁକିଂ ଉପରେ ଗାଡ଼ି କିଣିବା ଲାଗି ଗ୍ରାହକମାନେ ଅପେକ୍ଷାରେ ରହିଛନ୍ତି । ନବରାତ୍ରୀ ଅବଧି ଶେଷ ହେବା ବେଳକୁ ଦୁଇ ଲକ୍ଷ ଗାଡ଼ି ବିକ୍ରି କରିବା ନେଇ କମ୍ପାନୀ ଦୃଢ଼ ବିଶ୍ୱାସ ପ୍ରକଟ କରିଛି । ଚଳିତ ନବରାତ୍ରୀର ଶେଷ ଦିନରେ କମ୍ପାନୀ ୮୫ ହଜାର ଗାଡ଼ି ବିକ୍ରି କରିଛି ।

ନବରାତ୍ରୀର ପ୍ରଥମ ଆଠ ଦିନରେ ମାରୁତି ସୁଜୁକି ୧ ଲକ୍ଷ ୬୫ ହଜାର ଯାନ ବିକ୍ରି କରିଛି। ନବରାତ୍ରୀର ପ୍ରଥମ ଦିନ କମ୍ପାନୀ ରେକର୍ଡ ୩୦ ହଜାର କାର ବିକ୍ରି କରିଥିଲା ଯାହା ବିଗତ ୩୫ ବର୍ଷ ମଧ୍ୟରେ ଗୋଟିଏ ଦିନରେ ବିକ୍ରି ହୋଇଥିବା ଗାଡ଼ି ସଂଖ୍ୟା ଦୃଷ୍ଟିରୁ ଏକ ରେକର୍ଡ।

ନବରାତ୍ରୀର ପ୍ରଥମ ଆଠ ଦିନରେ ମାରୁତି ସୁଜୁକି ୧ ଲକ୍ଷ ୬୫ ହଜାର ଯାନ ବିକ୍ରି କରିଛି। ନବରାତ୍ରୀର ପ୍ରଥମ ଦିନ କମ୍ପାନୀ ରେକର୍ଡ ୩୦ ହଜାର କାର ବିକ୍ରି କରିଥିଲା ଯାହା ବିଗତ ୩୫ ବର୍ଷ ମଧ୍ୟରେ ଗୋଟିଏ ଦିନରେ ବିକ୍ରି ହୋଇଥିବା ଗାଡ଼ି ସଂଖ୍ୟା ଦୃଷ୍ଟିରୁ ଏକ ରେକର୍ଡ। ଏକ୍ସୟୁଭି ୭୦୦ ଏବଂ ସ୍କର୍ପିଓ ଏନ୍ ଭଳି ଲୋକପ୍ରିୟ ଏସୟୁଭି କାର୍ ବିକ୍ରି କରୁଥିବା କମ୍ପାନୀ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ପୂର୍ବବର୍ଷ ତୁଳନାରେ ୬୦% ଅଧିକ ଗାଡ଼ି ବିକ୍ରି କରିଛି । ହ୍ୟୁଣ୍ଡାଇର କ୍ରେଟା ଏବଂ ଭେନ୍ୟୁ ଭଳି ଏସୟୁଭିର ମୋଟ୍ ବିକ୍ରିରେ ୭୨% ବୃଦ୍ଧି ଦେଖାଯାଇଛି ।  ପାର୍ବଣ ଋତୁରେ ଟାଟା ମୋଟର୍ସ ୫୦,୦୦୦ ଗାଡ଼ି ବିକ୍ରି କରିଛି । ଅଲଟ୍ରୋଜ୍, ପଞ୍ଚ, ନେକ୍ସନ ଓ ଟିଆଗୋ ମଡେଲର ଚାହିଦା ଅଧିକ ରହିଛି । ସେହିପରି ହିରୋ ମୋଟ୍ କର୍ପ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଦୁଇ ଗୁଣ ବୃଦ୍ଧି ପାଇଛି। ବଜାଜ ଅଟୋ ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ବୃଦ୍ଧି ପାଇଛି ।

ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏଲଜି, ହାୟର ଓ ଗୋଦ୍ରେଜ ଭଳି କମ୍ପାନୀର ବିକ୍ରି ନବରାତ୍ରୀ ସମୟରେ ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି । ହାୟର କମ୍ପାନୀର ବିକ୍ରି ୮୫% ବୃଦ୍ଧି ପାଇଛି। ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଦାମର ୮୫ ଏବଂ ୧୦୦ ଇଞ୍ଚ ଟିଭି ବିକ୍ରିରେ କମ୍ପାନୀ ଏହାର ଦୀପାବଳି ଷ୍ଟକକୁ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ କମ୍ପାନୀ ୩୦୦ରୁ୩୫୦ଟି ୬୫ ଇଞ୍ଚ ଟିଭି ବିକ୍ରି କରିଛି । ଭାରତର ସବୁଠୁ ବଡ଼ ଖୁଚୁରା ବିକ୍ରେତା ରିଲାଏନ୍ସ ରିଟେଲର ବିକ୍ରି ଗତ ବର୍ଷ ନବରାତ୍ରୀ ତୁଳନାରେ ୨୦-୨୫% ବୃଦ୍ଧି ପାଇଛି । ବିଶେଷ କରି ବଡ଼ ସ୍କ୍ରିନ୍ ବିଶିଷ୍ଟ ଟିଭି, ସ୍ମାର୍ଟଫୋନ୍ ଏବଂ ଫେଶନ୍ ସାମଗ୍ରୀ ବିକ୍ରି ବଢ଼ିଛି । ସେହିପରି ଇଲେକ୍ଟ୍ରୋନିକ୍ସ ଖୁଚୁରା ଶୃଙ୍ଖଳ ବିଜୟ ସେଲ୍ସ ବିକ୍ରି ମଧ୍ୟ ୨୦% ବଢ଼ିଛି। ଏଲଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆର ବିକ୍ରି ମଧ୍ୟ ନବରାତ୍ରୀ ସମୟରେ ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି । 
ଜିଏସଟି ସ୍ଲାବକୁ ଯୁକ୍ତିସଂଗତ କରିବା ସହ ଅତ୍ୟାବଶ୍ୟକ ଓ ଆକାଂକ୍ଷୀ ସାମଗ୍ରୀ ଉପରେ ଟିକସ ବୋଝକୁ କମ କରି, ସରକାର ଆତ୍ମବିଶ୍ୱାସପୂର୍ଣ୍ଣ ଖର୍ଚ୍ଚ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି। ଫଳସ୍ୱରୂପ, ବ୍ରାଣ୍ଡ ଏବଂ ଖୁଚୁରା ବ୍ୟବସାୟୀମାନଙ୍କ ବିକ୍ରି ୨୫% ରୁ ୧୦୦% ପର୍ୟ୍ୟନ୍ତ ବୃଦ୍ଧି ପାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe