ହିମାଚଳ, ଗୁଜରାଟରୁ ନିର୍ବାଚନ ପୂର୍ବରୁ ରେକର୍ଡ ପରିମାଣର ନଗଦ ଟଙ୍କା ଜବତ

Advertisment

ହିମାଚଳରୁ ୫୦.୨୮ କୋଟି, ଗୁଜରାଟରୁ ୭୧.୮୮ କୋଟି ଟଙ୍କାର ସାମଗ୍ରୀ ଜବତ

ହିମାଚଳରୁ ୫୦.୨୮ କୋଟି, ଗୁଜରାଟରୁ ୭୧.୮୮ କୋଟି ଟଙ୍କାର ସାମଗ୍ରୀ ଜବତ

ହିମାଚଳ, ଗୁଜରାଟରୁ ନିର୍ବାଚନ ପୂର୍ବରୁ ରେକର୍ଡ ପରିମାଣର ନଗଦ ଟଙ୍କା ଜବତ

The Economic Times

ନୂଆଦିଲ୍ଲୀ : ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପୂର୍ବରୁ ରାଜ୍ୟ‌ରୁ ରେକର୍ଡ ପରିମାଣର ନଗଦ ଟଙ୍କା, ମଦ, ଡ୍ରଗ୍ସ ଏବଂ ମୂଲ୍ୟବାନ ଧାତବ ସାମଗ୍ରୀ ଜବତ ହୋଇଛି। ନିର୍ବାଚନ କମିସନ ଶୁକ୍ରବାର ଏକ ବିବୃତି ଜାରି କରି କହିଛନ୍ତି ଯେ ହିମାଚଳପ୍ରଦେଶରୁ ନଗଦ ଟଙ୍କା ଏବଂ ମଦ ସମେତ ୫୦.୨୮ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। ୨୦୧୭ରେ ହିମାଚଳ ନିର୍ବାଚନ ସମୟରେ ଯେତିକି ଜବତ ହୋଇଥିଲା ଚଳିତ ନିର୍ବାଚନରେ ତା’ଠାରୁ ୫ ଗୁଣା ଅଧିକ ଜବତ ହୋଇଛି। ୨୦୧୭ରେ ହିମାଚଳରେ ୯.୦୩ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିଲା। ହିମାଚଳରେ ୧୭.୨ କୋଟି ନଗଦ ଟଙ୍କା, ୧୭.୪ କୋଟି ଟଙ୍କାର ୯୭୨,୦୦୦ ଲିଟର ମଦ, ୧.୨ କୋଟି ଟଙ୍କାର ଡ୍ରଗ୍ସ, ୧୩.୯୯ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଏବଂ ୪୦ ଲକ୍ଷ ଟଙ୍କାର ମାଗଣା ଉପହାର ଜବତ ହୋଇଛି।

ଅନ୍ୟପକ୍ଷେ ଗୁଜରାଟରୁ ମୋଟ୍‌ ୭୧.୮୮ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଆଶ୍ଚର୍ଯ୍ୟଜନକ ହେଉଛି ଯେ ଗୁଜରାଟରେ ନିର୍ବାଚନ ତାରିଖ ଘୋଷଣା ହେବାର ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ୭୧.୮୮ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। ଗୁଜରାଟରୁ ୬୪ କୋଟି ଟଙ୍କାର ବିଭିନ୍ନ ମୂଲବାନ୍‌ ସାମଗ୍ରୀ, ୬୬ ଲକ୍ଷ ନଗଦ ଟଙ୍କା, ୩.୮୬ କୋଟି ଟଙ୍କାର ୧୧୦,୦୦୦ ଲିଟର ମଦ, ୯୪ ଲକ୍ଷ ଟଙ୍କାର ଡ୍ରଗ୍ସ ଏବଂ ୧.୮୬ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe