ତେଜସ୍ବୀଙ୍କ ଦାବି ପରେ ଗୋଟିଏ ଆସନରେ ପୁନର୍ଗଣତି

ମୋ ବାପା କଣ କେବଳ ଦୁର୍ନୀତି କରୁଛନ୍ତି କି? ପ୍ରଶ୍ନ କଲେ ଲାଲୁଙ୍କ ପୁଅ

ପାଟନା : ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ଦାବି ପରେ ବିହାରର ହିଲ୍‌ସା ଆସନରେ ପୁନର୍ବାର ଭୋଟ୍‌ ଗଣତି ହେବ ବୋଲି ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି।

ହିଲ୍‌ସା ଆସନରେ ଜେଡିୟୁ ପ୍ରାର୍ଥୀ ଆର୍‌‌ଜେଡି ପ୍ରାର୍ଥୀଙ୍କ ଠାରୁ ମାତ୍ର ୧୨ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଏତେ କମ୍‌ ବ୍ୟବଧାନରେ ଜେଡିୟୁ ପ୍ରାର୍ଥୀଙ୍କ ବିଜୟ ଘୋଷଣା କରାଯାଇଥିବାରୁ ଆର୍‌ଜେଡ଼ି ପ୍ରାର୍ଥୀ ଏଠାରେ ପୁନର୍ଗଣନା ପାଇଁ ଦାବି କରିଥିଲେ। ଏହି ଆସନ ପାଇଁ ମୋଟ ଗ୍ରହଣ କରାଯାଇଥିବା ୫୫୧ ପୋଷ୍ଟାଲ୍‌ ଭୋଟ୍‌ ମଧ୍ୟରୁ ୧୮୨ ଭୋଟ୍‌ ନାକଚ ହୋଇଯାଇଛି। ହିଲ୍‌ସା ଆସନରେ ଇଭିଏମ୍‌ ସମେତ ପୋଷ୍ଟାଲ ବ୍ୟାଲଟର୍‌ ପୁନର୍ଗଣନା କରାଯିବ ବୋଲି ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଆସନ ପାଇଁ ପୁଣି ଭୋଟ୍‌ ଗଣତି ପାଇଁ ଆର୍‌ଜେଡି ପ୍ରାର୍ଥୀ ପ୍ରଥମେ ଦାବି କରିଥିଲେ। ମାତ୍ର ସମ୍ପୃକ୍ତ ରିଟର୍ନିଂ ଅଫିସର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଏଠାରେ ପୁନର୍ଗଣନା କରାଯିବାକୁ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe