ଆରୋଗ୍ୟ ହେଲା ପରେ ରୋଗପ୍ରତିରୋଧ ଶକ୍ତି ବଢୁଛି

୧୫ ଦିନରେ ୭୦ ହଜାରରୁ ଅଧିକ ମାମଲା, ମୃତ୍ୟୁହାର ୨.୮୭%, ବିଶ୍ବରେ ସର୍ବନିମ୍ନ

The Economic Times

ୱାସିଂଟନ: ଆରୋଗ୍ୟ ଲାଭ କରୁଥିବା କୋଭିଡ୍-୧୯ ରୋଗୀଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ିଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ଆମେରିକାର ରକ୍‌ଫେଲାର ବିଶ୍ବବିଦ୍ୟାଳୟର ଗବେଷକମାନେ ୧୪୯ ଜଣ କୋଭିଡ୍ ରୋଗୀଙ୍କ ଉପରେ ଗବେଷଣା କରି ଏପରି ନିଷ୍କର୍ଷ ପାଇଛନ୍ତି। ଏହି ରୋଗୀମାନେ ସୁସ୍ଥ ହେଲା ପରେ ବି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଶରୀରରେ ଏଭଳି ଏକ ରୋଗପ୍ରତିରୋଧକ ବିକଶିତ ହୋଇପାରିଛି, ଯାହା ଦ୍ବାରା ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨କୁ ପ୍ରାକୃତିକ ଉପାୟରେ ପ୍ରତିରୋଧ କରିପାରିବ। ସୁତରାଂ ସେମାନଙ୍କ ନିର୍ଯାସର ଫଳସ୍ବରୂପ ଏହି ମହାମାରୀ ପାଇଁ ଏକ ସାର୍ବଜନୀନ ଟିକା ବାହାର କରିବା ସମ୍ଭବ ବୋଲି ଏହି ଗବେଷକମାନେ ଆଶା ପୋଷଣ କରିଛନ୍ତିା ଅପରପକ୍ଷେ, ପା‌ ସପ୍ତାହ ଭିତରେ ଏହି ରୋଗୀମାନଙ୍କ ଶରୀରରେ ବିକଶିତ ହୋଇଥିବା ରୋଗପ୍ରତିରୋଧକର ପରିମାଣ ମଧ୍ୟ ଭିନ୍ନ ଭିନ୍ନ ରହିବା ସହ ସେମାନଙ୍କର କାର୍ଯ୍ୟକାରିତାରେ ଫରକ ଥିବା ସେମାନେ ଜାଣିପାରିଛନ୍ତିା ଉକ୍ତ ରୋଗ ପ୍ରତିରୋଧକ ମଧ୍ୟରୁ କିଛି କରୋନାଭୂତାଣୁର ସଂକ୍ରମଣକୁ ପ୍ରତିରୋଧ କରିପାରୁଥିବା ବେଳେ କିଛି ମଧ୍ୟ ଏହି ଭୂତାଣୁର ସ୍ଥିତିକୁ ପ୍ରତିହତ କରିବାରେ ସକ୍ଷମା ସୁତରାଂ ଏହାକୁ ଭିତ୍ତି କରି ଯଦି ଏକ ଟିକା ପ୍ରସ୍ତୁତ କରାଯାଏ, ତାହା ସିଂହଭାଗ ଲୋକଙ୍କ ପାଇଁ ସଫଳତାର ସହ କାମ ଦେବ ବୋଲି ଅନ୍ୟତମ ଗବେଷକ ମାଇକେଲ୍ ସି ନସେଞ୍ଜୱିଗ ଆଶାବାଦୀ ଥିବା କହିଛନ୍ତିା ଏଥି ସହିତ ଗବେଷକମାନେ ଏହି ଅବସରରେ ସଂପୃକ୍ତ ଆରୋଗ୍ୟଲାଭ କରିଥିବା ରୋଗୀଙ୍କ ଠାରେ ତିନି ପ୍ରକାରର ବିଶେଷ ଧରଣର ରୋଗପ୍ରତିରୋଧକକୁ ମଧ୍ୟ ଚିହ୍ନଟ କରିପାରିଛନ୍ତିା ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହେଲା ଏହି ନିର୍ଦ୍ଦିଷ୍ଟ ରୋଗ ପ୍ରତିରୋଧଗୁଡି଼କ ହିଁ କରୋନାଭୂତାଣୁକୁ ପ୍ରଭାବଶୂନ୍ୟ କରିବାରେ ଢେର୍ ପାରଙ୍ଗମ ବୋଲି ନସେଞ୍ଜୱିଗ୍ ଜଣାଇଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe