କରୋନାରୁ ସୁସ୍ଥ ରୋଗୀ ଟିବି ଆକ୍ରାନ୍ତ ହେଉଛନ୍ତି

Advertisment
କରୋନାରୁ ସୁସ୍ଥ ରୋଗୀ ଟିବି ଆକ୍ରାନ୍ତ ହେଉଛନ୍ତି

CNN

ଭୋପାଳ : ମଧ୍ୟପ୍ରଦେଶରେ କରୋନାରୁ ସୁସ୍ଥ ବେହାପରେ ଅଧିକାଂଶ ରୋଗୀ ଟିବି ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରମାନେ କହିଛନ୍ତି, ରାଜ୍ୟରେ ଅଧିକାଂଶ କରୋନା ରୋଗୀ ଯକ୍ଷ୍ମା ଆକ୍ରାନ୍ତ। ଭାଇରାଲ୍‌ ରୋଗ କୋଭିଡ୍‌ ସାର୍ସ‌୍-କଭ୍‌-୨ ଦ୍ବାରା ହେଉଛି। ଅନ୍ୟପକ୍ଷେ ଟିବି ଏକ ବ୍ୟାକ୍ଟେରିଆ ସଂକ୍ରମଣ। ଏହା ଉଭୟ ଫୁସଫୁସ୍‌ ଏବଂ ଶ୍ବାସକ୍ରିୟା ଉପରେ ପ୍ରଭାବ ପକାଉଛି।

ଭୋପାଳ ହମିଦିଆ ହସ୍ପିଟାଲ୍‌ର ମେଡିସିନ୍‌ ବିଭାଗ ମୁଖ୍ୟ ଡାକ୍ତର ଲୋକେନ୍ଦ୍ର ଡାଭେ କହିଛନ୍ତି, ଅଧିକାଂଶ ନୂଆ ଟିବି ରୋଗୀ ନିକଟରେ କରୋନା ସଂକ୍ରମିତ ହୋଇଥିଲେ। ପ୍ରତିଦିନ ପ୍ରାୟ ୧୨ ଜଣ ଟିବି ପଜିଟିଭ୍‌ ଥିବା ଜଣାପଡ଼ିଛି। ସେହିପରି ଭୋପାଳରେ ସରକାରୀ ପରିଚାଳିତ ଟିବି ହସ୍ପିଟାଲ୍‌ରେ ଗତ ୧୫ ଦିନରେ ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀ ଗତ କିଛିଦିନ ହେବ କରୋନାରୁ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫ ବର୍ଷୀୟ ନାବାଳିକା ମଧ୍ୟ ଅଛନ୍ତି। ଉକ୍ତ ନାବାଳିକାଙ୍କ ମା’ କହିଛନ୍ତି, ତାଙ୍କ ପରିବାରରେ ପୂର୍ବରୁ କୌଣସି ଟିବି ରୋଗୀ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe