groundreport.in
ନୂଆଦିଲ୍ଲୀ:ଗୋଟିଏ ଦିନରେ ସର୍ବାଧିକ ୨୮,୪୭୨ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ କୋଭିଡ-୧୯ ସଂକ୍ରମଣରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ଏହା ସର୍ବୋଚ୍ଚ ସଂଖ୍ୟା । ବର୍ତ୍ତମାନ ଭାରତରେ ସୁସ୍ଥତା ହାର ୬୩.୧୩%କୁ ବୃଦ୍ଧି ପାଇଥିବା ବେଳେ ସମୁଦାୟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୭,୫୩,୦୪୯ରେ ପହଞ୍ଚିଛି।
ଜାତୀୟ ସୁସ୍ଥତା ହାରରେ ଉନ୍ନତି ଆସିଥିବାବେଳେ, ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ ଆରୋଗ୍ୟ ହାର ଜାତୀୟ ହାର ତୁଳନାରେ ଅଧିକ ଥିବା ଦର୍ଶାଇଛନ୍ତି।
| ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ | ଆରୋଗ୍ୟ ହାର |
| ଦିଲ୍ଲୀ | ୮୪.୮୩% |
| ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ) | ୮୪.୩୧% |
| ତେଲଙ୍ଗାନା | ୭୮.୩୭% |
| ହରିୟାଣା | ୭୬.୨୯% |
| ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ | ୭୫.୦୦ % |
| ରାଜସ୍ଥାନ | ୭୨.୫୦% |
| ଗୁଜରାଟ | ୭୨.୩୦% |
| ଛତିଶଗଡ | ୭୧.୮୧% |
| ଆସାମ | ୭୧.୦୫% |
| ଓଡିଶା | ୭୦.୯୬% |
| ତାମିଲନାଡୁ | ୭୦.୧୨% |
| ମଣିପୁର | ୬୯.୪୮% |
| ଚଣ୍ଡିଗଡ | ୬୮.୯୭% |
| ଉତ୍ତରାଖଣ୍ଡ | ୬୭.୯୯% |
| ପଞ୍ଜାବ | ୬୭.୮୬% |
| ମଧ୍ୟପ୍ରଦେଶ | ୬୭.୪୭% |
| ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିଉ | ୬୫.୬୭% |
| ହିମାଚଳ ପ୍ରଦେଶ | ୬୪.୭୨% |
| ବିହାର | ୬୩.୯୫% |
ଆରୋଗ୍ୟ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଏବଂ ସକ୍ରିୟ ଓ ସୁସ୍ଥ ରୋଗୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ପାର୍ଥକ୍ୟ, କେନ୍ଦ୍ର ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ରଣନୀତିର ଫଳାଫଳ । ଘରକୁ ଘର ସର୍ବେକ୍ଷଣ, ଚିହ୍ନଟ, ପ୍ରଭାବଶାଳୀ ଆବଦ୍ଧାଞ୍ଚଳ ଯୋଜନା, ଅସୁରକ୍ଷିତ ଜନତାଙ୍କ ସ୍କ୍ରିନିଂ ଏବଂ ବ୍ୟାପକ ପରୀକ୍ଷଣ ମାଧ୍ୟମରେ ପ୍ରାଥମିକ ଚିହ୍ନଟ ଉପରେ ଧ୍ୟାନ ଦିଆଯାଉଛି । ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଉତ୍ତମ ରୂପେ କାର୍ଯ୍ୟକ୍ଷମ ହୋଇଥିବା ଷ୍ଟାଣ୍ଡାର୍ଡ ଅଫ କେୟାର ପ୍ରୋଟୋକଲ ହସ୍ପିଟାଲଗୁଡିକରେ ପ୍ରଭାବୀ ଚିକିତ୍ସା ଏବଂ ଘରୋଇ ଏକାନ୍ତବାସକୁ ସହାୟତା କରିଛି ।
DNA Indiaଏମ୍ସ, ନୂଆଦିଲ୍ଲୀ ସହିତ ସେଣ୍ଟର୍ସ ଅଫ ଏକ୍ସଲେନ୍ସ ଅଫ ଷ୍ଟେଟସ / ୟୁଟିସି ଆଇସିୟୁ ରୋଗୀଙ୍କ ଚିକିତ୍ସା ତଥା ଗୁରୁତ୍ଵପୂର୍ଣ ଚିକିତ୍ସାକୁ ବଢାଇ ଦେଇଛନ୍ତି, ଯାହା ଦ୍ଵାରା ଭାରତରେ ମୃତ୍ୟୁ ହାର ହ୍ରାସ ପାଇଛି । ଏମ୍ସର ଇ-ଆଇସିୟୁ କାର୍ଯ୍ୟକ୍ରମ ହେଉଛି କେନ୍ଦ୍ର-ରାଜ୍ୟ ସହଯୋଗର ଆଉ ଏକ ଉପାୟ ଯାହା ମୃତ୍ୟୁହାର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । ସପ୍ତାହରେ ଦୁଇଥର ଆୟୋଜିତ ଏହି ଟେଲି-ପରାମର୍ଶ ଅଧିବେଶନଗୁଡ଼ିକ ଆଇସିୟୁ ରୋଗୀଙ୍କ ଚିକିତ୍ସା ପରିଚାଳନାରେ ଡୋମେନ ବିଶେଷଜ୍ଞଙ୍କ ସହଭାଗୀ ଅଭିଜ୍ଞତା ଏବଂ ବୈଷୟିକ ପରାମର୍ଶ ମାଧ୍ୟମରେ ରାଜ୍ୟଗୁଡିକର ବଡ କୋଭିଡ-୧୯ ଡାକ୍ତରଖାନାଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଏବଂ ସମର୍ଥନ କରିଛନ୍ତି । ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉତ୍ସର୍ଗୀକୃତ ପ୍ରୟାସ ଦ୍ୱାରା ମୃତ୍ୟୁହାର କ୍ରମାଗତ ଭାବରେ ହ୍ରାସ ପାଉଛି, ଯାହା ବର୍ତ୍ତମାନ ୨.୪୧ %ରେ ରହିଛି ।
Follow Us