‘ଅଗ୍ନିପଥ’ ଯୋଜନା ଅଧୀନରେ ସ୍ଥଳସେନା, ନୌସେନାରେ ନିଯୁକ୍ତି ଆରମ୍ଭ

Advertisment
‘ଅଗ୍ନିପଥ’ ଯୋଜନା ଅଧୀନରେ ସ୍ଥଳସେନା, ନୌସେନାରେ ନିଯୁକ୍ତି ଆରମ୍ଭ

AAJ TAK

ନୂଆଦିଲ୍ଲୀ : ଭାରତୀୟ ସ୍ଥଳ ସେନା ଏବଂ ନୌସେନା ‘ଅଗ୍ନିପଥ’ ଯୋଜନାରେ ଶୁକ୍ରବାରଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ଟ୍ବିଟ୍‌ କରି ଏନେଇ ସୂଚନା ଦିଆଯାଇଛି। ଭାରତୀୟ ନୌସେନା ଏବଂ ସ୍ଥଳସେନାରେ ଆଜିଠାରୁ ଅଗ୍ନିବୀର ପାଇଁ ପଂଜୀକରଣ ଆରମ୍ଭ ହୋଇଛି ବୋଲି କୁହାଯାଇଛି। ଭାରତୀୟ ସେନାରେ ଯୋଗ ଦିଅ ଏବଂ ଦେଶ ସେବା କରିବାର ସ୍ବପ୍ନ ପୂରଣ କର। ଜୁଲାଇ ୧ରୁ ଅଗ୍ନିପଥ ନିଯୁକ୍ତି ଯୋଜନା ପାଇଁ ପଂଜୀକରଣ ଆରମ୍ଭ ହୋଇଛି ବୋଲି ମନ୍ତ୍ରାଳୟ କହିଛି।

ନୂଆ ଯୋଜନାରେ ସାଢ଼େ ୧୭ରୁ ୨୧ ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ସେନାବାହିନୀରେ ସାମିଲ ହେବେ। ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ନିୟମିତ କରାଯିବ। କିନ୍ତୁ ଏହି ଯୋଜନାକୁ ଜୋରଦାର ବିରୋଧ କରାଯିବାରୁ ସରକାର ଅଗ୍ନିବୀରଙ୍କ ପାଇଁ ବୟସସୀମା ବୃଦ୍ଧି କରିଥି‌ଲେ। ସେହିପରି ପ୍ରତିରକ୍ଷା ଏବଂ ଗୃହ ମନ୍ତ୍ରାଳୟରେ ମଧ୍ୟ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe