ଉତ୍ତର-ପଶ୍ଚିମ ଭାରତରେ ରେଡ୍‌ ଆଲର୍ଟ: ଦିଲ୍ଲୀରେ ଘରେ ପଶିଲା ଯମୁନା ପାଣି

ପ୍ରବଳ ବର୍ଷା ଯୋଗୁ ଉତ୍ତର ଭାରତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉତ୍ତର-ପଶ୍ଚିମ ଭାରତ ପାଇଁ ଆଇଏମ୍‌ଡି ରେଡ୍‌ ଆଲର୍ଟ ଜାରି କରିଛି। ଦିଲ୍ଲୀ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ....

sdsfsxcxcxc

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁ ଉତ୍ତର ଭାରତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉତ୍ତର-ପଶ୍ଚିମ ଭାରତ ପାଇଁ ଆଇଏମ୍‌ଡି ରେଡ୍‌ ଆଲର୍ଟ ଜାରି କରିଛି। ଦିଲ୍ଲୀ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ମୌସୁମୀଜନିତ ବିପର୍ଯ୍ୟୟ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଗତ ୨୪ ଘଣ୍ଟାରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରମୁଖ ରାସ୍ତାଗୁଡ଼ିକ ଜଳମଗ୍ନ ହେବା ସହ ଅନେକ ଘର ଭାସି ଯାଇଛି। ପ୍ରାୟ ୧ ହଜାରରୁ ଅଧିକ ସଂଯୋଗକାରୀ ରାସ୍ତା ନଷ୍ଟ ହୋଇଯିବାରୁ ବିଭିନ୍ନ ଅଂଚଳକୁ ଯାତାୟାତ ଠପ୍‌ ହୋଇଯାଇଛି। ଅନେକ ସ୍ଥାନରେ ଛାତ୍ରଛାତ୍ରୀମାନେ ବନ୍ୟା ଜଳରେ ଫସି ରହିଥିବା ରିପୋର୍ଟ ମିଳିଛି ଏବଂ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଦିଲ୍ଲୀ, ଗୁରୁଗ୍ରାମ ସମେତ ହରିୟାଣା, ପଂଜାବ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ସହରାଞ୍ଚଳରେ ବନ୍ୟା ସ୍ଥିତି ଜଟିଳ ହେଉଛି। ହିମାଚଳ, ଉତ୍ତରାଖଣ୍ଡ ଓ ଜମ୍ମୁ କାଶ୍ମୀରରେ ଗ୍ରାମାଞ୍ଚଳରେ ମଧ୍ୟ ପରିସ୍ଥିତି ସଙ୍କଟଜନକ ହେଉଛି ଯେଉଁଠାରେ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ଅନେକ ଗାଁ ବିଚ୍ଛିନ୍ନ ହୋଇପଡ଼ିଛି।

ପ୍ରଶାସନ ଏହି ସଙ୍କଟମୟ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି। ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆର୍‌ଏଫ୍‌), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍‌ଡିଆର୍‌ଏଫ୍‌), ଏବଂ ସ୍ଥାନୀୟ ପୁଲିସ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ, ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଅନେକ ସ୍ଥାନରେ ବିଦ୍ୟୁତ ଓ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଛି, ଯାହା ଉଦ୍ଧାର କାର୍ଯ୍ୟକୁ ଆହୁରି ଜଟିଳ କରିଛି। ଜମ୍ମୁ କାଶ୍ମୀର, ଗୁରୁଗ୍ରାମ, ଉତ୍ତରପ୍ରଦେଶ ଏବଂ ଚଣ୍ଡିଗଡ଼ର ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ସ୍କୁଲ୍‌ ବନ୍ଦ ରହିଛି। ଗୁରୁଗ୍ରାମରେ ଘରୋଇ ଏବଂ କ‌ର୍ପୋରେଟ୍‌ ଅଫିସଗୁଡ଼ିକୁ ୱାର୍କ ଫ୍ରମ ହୋମ୍‌ କରିବାପାଇଁ କୁହାଯାଇଛି।

ବର୍ଷା ବିପର୍ଯ୍ୟୟ ଜାରି, ୨୪ ଘଣ୍ଟାରେ ୩୪ ମୃତ

ଦିଲ୍ଲୀରେ ଯମୁନା ନଦୀ ଜଳ ବିପଦ ସଙ୍କେତ ଟପି ପ୍ରବାହିତ ହୋଇଛି ଏବଂ ବନ୍ୟାଜଳ ଲୋକଙ୍କ ଘରେ ପଶି ଯାଇଛି। ତଳିଆ ଅଞ୍ଚଳ ତଥା ଯମୁନା ବଜାର ଅଞ୍ଚଳରେ ପାଣି ଲୋକଙ୍କ ଘରେ ପଶିଛି। ସିଡବ୍ଲ୍ୟୁସି ( ସେଣ୍ଟ୍ରାଲ ୱାଟର କମିସନ୍‌) ଅନୁଯାୟୀ ସକାଳ ୯ଟାରେ ଯମୁନା ନଦୀ ଜଳ ପୁରୁଣା ଯମୁନା ବ୍ରିଜ୍‌‌ରେ ୨୦୫.୮୧ ମିଟରରେ ପ୍ରବାହିତ ହେଉଥିଲା। ଯମୁନା ନଦୀରେ ବିପଦ ସଙ୍କେତ ହେଉଛି ୨୦୫.୩୩ ମିଟର। ଏହି ସ୍ତର ପୁଣିଥରେ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମୟୂରବିହାର ଏବଂ ନିକଟସ୍ଥ ଅଞ୍ଚଳରେ ଥିବା ଘର ଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଛି। 

ପ୍ରବଳ ବର୍ଷା ପାଇଁ ପଞ୍ଜାବରେ ୧୦ରୁ ଅଧିକ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଜମ୍ମୁ କାଶ୍ମୀରରେ ଗତ ୧୫ ଦିନ ମଧ୍ୟରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଏବଂ ଅଚାନକ ବନ୍ୟା ପାଇଁ ଜମ୍ମୁ ଶ୍ରୀନଗର ରାଜପଥ ଲଗାତାର ଅଷ୍ଟମ ଦିନ ପାଇଁ ବନ୍ଦ ରହିଛି। ହିମାଚଳପ୍ରଦେଶରେ ବର୍ଷା ପାଇଁ ଅତ୍ୟନ୍ତ ଦୟନୀୟ ସ୍ଥିତି ଉପୁଜିଛି। ଟ୍ରେନ୍‌ ସେବା ବନ୍ଦ ରହିଛି ଏବଂ ୬ଟି ଜାତୀୟ ରାଜପଥ ସମେତ ମୋଟ୍‌ ୧୩୧୧ଟି ସଂଯୋଗକାରୀ ରାସ୍ତା‌ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe