ଶରଣ ନେଇଥିବା ୟୁକ୍ରେନବାସୀଙ୍କୁ ୩୬ମାସ ପର୍ଯ୍ୟନ୍ତ ମିଳିବ କାମ କରିବାର ସୁଯୋଗ: ପୋଲାଣ୍ଡ ପ୍ରଧାନମନ୍ତ୍ରୀ

ଶରଣ ନେଇଥିବା ୟୁକ୍ରେନବାସୀଙ୍କୁ ୩୬ମାସ ପର୍ଯ୍ୟନ୍ତ ମିଳିବ କାମ କରିବାର ସୁଯୋଗ: ପୋଲାଣ୍ଡ ପ୍ରଧାନମନ୍ତ୍ରୀ

CNBC

ନୂଆଦିଲ୍ଲୀ: ରୁଷ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୧.୭ମିଲିୟନ ଲୋକ ୟୁକ୍ରେନ ଛାଡିଛନ୍ତି। ଅଧିକାଂଶ ଶରଣାର୍ଥୀ ପୋଲାଣ୍ଡରେ ଯାଇ ଶରଣ ନେଇଥିବା ଦେଖାଯାଇଛି।  ଏହି ସମୟରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଅଣ୍ଡ୍ରେଜେ ଦୁଦା ୟୁକ୍ରେନରୁ ଆସିଥିବା ଶରଣାର୍ଥୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ୟୁକ୍ରେନରୁ ପୋଲାଣ୍ଡ ଯାଇଥିବା ନାଗରିକମାନଙ୍କୁ ୧୮ରୁ ୩୬ମାସ ପର୍ଯ୍ୟନ୍ତ ପୋଲାଣ୍ଡରେ ରହିବାକୁ ଏବଂ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ବୋଲି କହିଛନ୍ତି ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜେ ଦୁଦା।

ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରସ୍ତାବ ଉପରେ ଆଜି ହେଉଛି ତୃତୀୟ ରାଉଣ୍ଡ ଆଲୋଚନା। ଏନେଇ ବେଲାରୁଷ-ପୋଲାଣ୍ଡ ସୀମାରେ ପହଞ୍ଚିଛନ୍ତି ୟୁକ୍ରେନ ପ୍ରତିନିଧୀ ଦଳ। ଏହା ପୂର୍ବରୁ ଦୁଇଥର ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୟୁକ୍ରେନକୁ କୌଣସି ସୁଫଳ ମିଳିନାହିଁ। ବରଂ ଯୁଦ୍ଧକୁ ଆହୁରି ତୀବ୍ର କରିଛି ରୁଷ। ତେବେ ଆଜିର ଆଲୋଚନା ପରେ କ’ଣ ନିଷ୍ପତ୍ତି ନିଆଯିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି।

ବୈଠକ ପୂର୍ବରୁ ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ରୁଷ ଶପଥ ନେଇଛି। ହେଲେ ରୁଷ କହିଛି ଯେ ଯଦି ୟୁକ୍ରେନ ସେମାନଙ୍କର ୪ଟି ସର୍ତ୍ତ ଗ୍ରହଣ କରେ ତେବେ ଯୁଦ୍ଧ ତୁରନ୍ତ ବନ୍ଦ ହୋଇଯିବ। ସେହି ୪ ଟି ସର୍ତ୍ତ ହେଉଛି...

୧.ସାମରିକ କାର୍ଯ୍ୟ ବନ୍ଦ କରନ୍ତୁ।
୨. ନିରପେକ୍ଷ ରହିବାକୁ ସମ୍ବିଧାନକୁ ପରିବର୍ତ୍ତନ କରାଯିବା ଉଚିତ୍।
୩. କ୍ରିମିଆକୁ ରୁଷର ଅଞ୍ଚଳ ଭାବରେ ସ୍ୱୀକୃତି ଦିଆଯାଉ।
୪. ଡୋନେଟସ୍କ୍ ଏବଂ ଲୁହାନସ୍କକୁ ପୃଥକ ସ୍ବାଧୀନ ଦେଶ ଭାବରେ ସ୍ୱୀକୃତି ଦିଆଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe