ଅକ୍ଟୋବର ୨୦ ତାରିଖରୁ ଆରମ୍ଭ ହେଵ କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ

Advertisment
ଅକ୍ଟୋବର ୨୦ ତାରିଖରୁ ଆରମ୍ଭ ହେଵ କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ ପ୍ରକ୍ରିୟା | ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ପାସପୋର୍ଟ ବାଧ୍ୟତାମୂଳକ ଥିବାବେଳେ ଭିସା ଆବଶ୍ୟକ ନୁହେଁ ବୋଲି ଜଣାପଡିଛି | ତେବେ ପାକିସ୍ତାନ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ୨୦ ଡଲାର ଏବେ ବି ବଳବତ୍ତର ରହିଥିବା ଜଣାପଡିଛି |

publive-image

କର୍ତ୍ତାରପୁର କରିଡର ଦେଇ ଡେରା ବାବା ନାନକ ଗୁରୁଦ୍ୱାରକୁ ଯାଉଥିବା ପ୍ରତି ଭାରତୀୟ ଯାତ୍ରୀଙ୍କ ଠାରୁ ୨୦ ଡଲାର (ଭାରତୀୟ ମୁଦ୍ରାରେ ୧୫୦୦ଟଙ୍କାରୁ ଅଧିକ) ଆଦାୟ କରିବ ବୋଲି ନିଜ ଜିଦ୍‌ରେ ଅଡ଼ି ରହିଛି ପାକିସ୍ତାନ୍‌।

ଏଠାରେ ସୂଚନା ଥାଉ କି ନିକଟ ଭବିଷ୍ୟତରେ କର୍ତ୍ତାରପୁର କରିଡରର ଉଦ୍‌ଘାଟନ ହେବାକୁ ଯାଉଥିବା ବେଳେ କର୍ତ୍ତାରପୁର ଡେରା ବାବା ନାନକ ଗୁରୁଦ୍ୱାରକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କର ଯାତ୍ରାକୁ ଶୁଳ୍କ ମୁକ୍ତ ବା ଦେୟ ମୁକ୍ତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ, ପାକିସ୍ତାନ ଭାରତର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe