ଉଦ୍ୟମ ପୋର୍ଟାଲ୍‌ରେ ପଞ୍ଜୀକରଣ ଏକ କୋଟି ଟପିଲା

Advertisment
ଉଦ୍ୟମ ପୋର୍ଟାଲ୍‌ରେ ପଞ୍ଜୀକରଣ ଏକ କୋଟି ଟପିଲା

et auto.com

ନୂଆଦିଲ୍ଲୀ: ଏମ୍‌ଏସ୍‌ଏମ୍‌ଇ (ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜୀକରଣର ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୦ ଜୁଲାଇ ପହିଲାରେ ଏହି ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଉଦ୍ୟମ ପୋର୍ଟାଲ୍ ସିବିଡିଟି ଏବଂ ଜିଏସ୍‌ଟିଏନ୍ ଡାଟାବେସ୍ ସହିତ ସଂପୃକ୍ତ। ଏହା ସମ୍ପୂର୍ଣ୍ଣ ଭାବରେ ଅନ୍‌ଲାଇନ୍‌, ଏଥିପାଇଁ କୌଣସି କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ ଏବଂ ଏହା ଏମ୍‌ଏସ୍‌ଏମ୍‌ଇ ପାଇଁ ବ୍ୟବସାୟକୁ ସୁଗମ କରିବା ଦିଗରେ ସାହାଯ୍ୟ କରେ।

ଏ ସମ୍ପର୍କରେ ସୂଚନା ପ୍ରଦାନ କରି ଏମ୍‌ଏସ୍‌ଏମ୍‌ଇର କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଓ ରାଷ୍ଟ୍ରମନ୍ତ୍ରୀ ଭାନୁପ୍ରତାପ ସିଂହ ବର୍ମା ଉଦ୍ୟମ ପଞ୍ଜୀକରଣର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଏହା ସହାୟତାରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଏବଂ ବ୍ୟାଙ୍କମାନଙ୍କର ସ୍କିମ୍ ଅଧୀନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ସୁବିଧା ଲାଭ କରିପାରିବେ। ଶ୍ରୀ ରାଣେ ମଧ୍ୟ ଜିଡିପିର ଅଭିବୃଦ୍ଧି, ରପ୍ତାନି ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇର ଅବଦାନକୁ ଗୁରୁତ୍ବ ପ୍ରଦାନ କରିଥିଲେ। ୨୫ ମାସର ଅବଧି ମଧ୍ୟରେ ସ୍ବେଚ୍ଛାକୃତ ଭାବରେ ଉଦ୍ୟମ ପୋର୍ଟାଲରେ ୧ କୋଟି ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକରଣ କରି ସାରିଛନ୍ତି ଓ ଏହା ଘୋଷଣା କରିଛନ୍ତି ଯେ ସେମାନେ ୭.୬ କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଯେଉଁଥିରେ ୧.୭ କୋଟି ମହିଳା ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe