Daily Sun
ନୂଆଦିଲ୍ଲୀ : ଆଗାମୀ ନୂଆବର୍ଷଠାରୁ ପ୍ରଦୂଷଣ ପ୍ରମାଣପତ୍ରକୁ ଅଣଦେଖା କଲେ କାର୍ ଚାଳକମାନଙ୍କୁ ମହଙ୍ଗା ସାବ୍ୟସ୍ତ ହେବ। ସଡ଼କ ଉପରେ ଧୂଆଁ ବାହାରୁଥିବା କାର୍ଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିଦିଆଯିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏ ନେଇ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି।
ମନ୍ତ୍ରାଳୟ ପକ୍ଷରୁ ହସ୍ତଗତ ସୂଚନା ଅନୁଯାୟୀ, ସରକାରଙ୍କ ଦ୍ୱାରା ଯାଞ୍ଚ କେନ୍ଦ୍ର ଉପରେ ଅଙ୍କୁଶ ଲଗାଯିବା ସହିତ ସମସ୍ତ ପ୍ରକ୍ରିୟାକୁ ଅନ୍ଲାଇନ୍ କରିଦିଆଯାଇଛି। ଏନେଇ ଚିଠା ବିଜ୍ଞପ୍ତି ଜାରି କରାଯାଇ ଆପତ୍ତି ଓ ମତାମତ ଲୋଡ଼ାଯାଇଛି। ଦୁଇ ମାସ ପରେ ପ୍ରଦୂଷଣ ଯାଞ୍ଚ ପ୍ରକ୍ରିୟାକୁ ଅନ୍ଲାଇନ୍ କରିଦିଆଯିବ। ଅନ୍ଲାଇନ୍ ପ୍ରଦୂଷଣ ଯାଞ୍ଚରେ ଯାଞ୍ଚକେନ୍ଦ୍ର, ପ୍ରଦୂଷଣ ପ୍ରମାଣପତ୍ର, ଗାଡ଼ି ଚାଳକ ଏବଂ ଗାଡ଼ିଗୁଡ଼ିକର ସୂଚନା ଆଧାରିତ ଜାତୀୟ ମୋଟର ବାହାନ ରେଜିଷ୍ଟ୍ରାର ଡାଟାବେସ୍ ଉପଲବ୍ଧ ହେବ। ନୂଆ ବ୍ୟବସ୍ଥାରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର କର୍ମଚାରୀଙ୍କ ଡାଟାବେସ୍ରେ କାର୍ ମାଲିକଙ୍କ ମୋବାଇଲ ନମ୍ବର ମଧ୍ୟ ରହିବ। ଏହାପରେ ଏସ୍ଏମ୍ଏସ୍ରୁ ଓଟିପି ଆସିବ। ତା’ପରେ ହିଁ ପ୍ରଦୂଷଣ ଯାଞ୍ଚ ଫର୍ମ ଖୋଲିବ ବୋଲି ଜଣାପଡ଼ିଛି।
Follow Us