ରିୟାଙ୍କୁ ଏନ୍‌ସିବିର ୬ ଘଣ୍ଟା ଜେରା

Advertisment

ସୌଭିକଙ୍କ ଗିରଫଦାରିକୁ ବାପା ଇନ୍ଦ୍ରଜିତଙ୍କ ନିନ୍ଦା

ସୌଭିକଙ୍କ ଗିରଫଦାରିକୁ ବାପା ଇନ୍ଦ୍ରଜିତଙ୍କ ନିନ୍ଦା

ରିୟାଙ୍କୁ ଏନ୍‌ସିବିର ୬ ଘଣ୍ଟା ଜେରା

Zee News

ମୁମ୍ବାଇ : ଡ୍ରଗ୍‌ସ ମାମଲାରେ ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଏନ୍‌ସିବି ଅଫିସରେ ପହଞ୍ଚିଛନ୍ତି। ଗତକାଲି ଏନ୍‌ସବିଠାରୁ ସମନ ପାଇବା ପରେ ଆଜି ସକାଳେ ରିୟା ହାଜର ହୋଇଥିଲେ। ସେଠାରେ ତାଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଜେରା କରାଯାଇଛି। ଜେରା ବେଳେ ସେ ତାଙ୍କ ଭାଇଙ୍କ ମାଧ୍ୟମରେ ସୁଶାନ୍ତଙ୍କ ପାଇଁ ନିଶା ସଂଗ୍ରହ କରୁଥିବା ସ୍ବୀକାର କରିଛନ୍ତି। ଆସନ୍ତାକାଲି ମଧ୍ୟ ତାଙ୍କୁ ଏନସିବି ଜେରା କରିବ। ପୂର୍ବରୁ ଗିରଫ ହୋଇ ରିମାଣ୍ଡରେ ଥିବା ‌ରିୟାଙ୍କ ଭାଇ ସୌଭିକ, ସୁଶାନ୍ତଙ୍କ ଗୃହ ପରିଚାଳକ ସାମୁଏଲ୍‌ ମିରାଣ୍ଡା ଏବଂ ଘରୋଇ ସହାୟକ ଦିପେଶ ସାୱନ୍ତଙ୍କ ସହ ରିୟାଙ୍କୁ ଏନ୍‌ସିବି ମୁହାଁମୁହିଁ ଜେରା କରିପାରେ। ଅପରପକ୍ଷେ, ଡ୍ରଗ୍‌ସ ମାମଲାରେ ଆସନ୍ତାକାଲି ରିୟା ଚକ୍ରବର୍ତ୍ତୀ ଏନ୍‌ସିବି ଦ୍ବାରା ଗିରଫ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରିୟା ନିଜେ ଡ୍ରଗ୍‌ସ ସେବନ କରନ୍ତି ନାହିଁ ବୋଲି ବାରମ୍ବାର ମନା କରି ଆସୁଛନ୍ତି। ତେଣୁ ଆସନ୍ତାକାଲି ଏନ୍‌ସିବିର ତଦନ୍ତ ଉପରେ ସମସ୍ତଙ୍କର ନଜର ରହିଛି।

ଅପରପକ୍ଷେ, ରିୟାଙ୍କ ଓକିଲ ସତୀଶ ମନସିନ୍ଧେ କ୍ଷୋଭ ପ୍ରକାଶ କରି କହିଛନ୍ତି, ଗିରଫ ହେବା ପାଇଁ ରିୟା ପ୍ରସ୍ତୁତ ଅଛନ୍ତି। କିନ୍ତୁ ରିୟା ଯେଉଁଭଳି ଗଣମାଧ୍ୟମ ଓ ଲୋକଙ୍କ ଅପପ୍ରଚାରର ଶିକାର ହୋଇଛନ୍ତି, ତାହା ଅପୂରଣୀୟ ବୋଲି ରିୟାଙ୍କ ଓକିଲ କହିଛନ୍ତି। ସେହିଭଳି ରିୟାଙ୍କ ଭାଇ ସୌଭିକଙ୍କ ଗିରଫଦାରିକୁ ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି। କ୍ଷୋଭ ପ୍ରକାଶ କରି ଇନ୍ଦ୍ରଜିତ କହିଛନ୍ତି, ‘ଧନ୍ୟବାଦ ଭାରତବାସୀ, ଆପଣ ମୋ’ ପୁଅକୁ ଗିରଫ କରାଇ ଦେଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe