image source-newspost
ନୂଆଦିଲ୍ଲୀ : ଖଦୀ ଏବଂ ଗ୍ରାମ୍ୟୋଦୟ ଆୟୋଗ ଦ୍ବାରା କର୍ଣ୍ଣାଟକ ଜଙ୍ଗଲରେ ହାତୀ ଓ ମଣିଷ ଲଢେଇକୁ ରୋକିବା ପାଇଁ ଆରମ୍ଭ କରାଯାଇଥିବା ମହୁମାଛି ବାଡ଼ ତିଆରି ‘ରି-ହେବ’ ଯୋଜନାକୁ ଖୁବ୍ଶୀଘ୍ର ଓଡ଼ିଶାରେ ଆରମ୍ଭ କରାଯିବ। ଏ ସମ୍ପର୍କରେ ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ମହୁମାଛି ବାଡ଼ ତିଆରି ‘ରି-ହବ’ ଯୋଜନା କର୍ଣ୍ଣାଟକର କୋଡ଼ାଗୁ ଜିଲ୍ଲାରେ ସଫଳ ହୋଇଥିବାରୁ ଏହାକୁ ହାତୀବହୁଳ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ, ତାମିଲନାଡ଼ୁ ଓ କେରଳ ରାଜ୍ୟରେ ଲାଗୁ କରାଯିବ। ‘ରି-ହବ’ ଯୋଜନା ଅନ୍ତର୍ଗତ ମହୁମାଛିଙ୍କର ବକ୍ସକୁ ତାରବାଡ଼ରେ ଝୁଲାଇ ହାତୀ ଚଳପ୍ରଚଳ ସ୍ଥାନରେ ସେମାନଙ୍କର ମାର୍ଗକୁ ଅବରୋଧ କରାଯିବା ସହିତ ହାତୀପଲକୁ ନିୟନ୍ତ୍ରଣ କରାଯିବ। ହାତୀ ଓ ମଣିଷ ଲଢେଇକୁ ରୋକିବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଦେଶର ୨୦୧୫ରୁ ୨୦୧୯ମସିହା ସୁଦ୍ଧା ହାତୀ ମଣିଷ ଲଢେଇରେ ୨୪୦୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ କେବଳ ଓଡ଼ିଶାରେ ୪୦୦ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡ଼ିଛି।
Follow Us