ବଡ଼ ନିଷ୍ପତ୍ତି: କୋଭିଡ୍ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଏକ କୋଟି ଟଙ୍କା

Advertisment

କର୍ମଚାରୀମାନଙ୍କ ବଳିଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୋଭିଡ୍-୧୯ ମହାମାରୀ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ, ପରିମଳ କର୍ମଚାରୀ, ଶିକ୍ଷକ ଏବଂ ଅନ୍ୟାନ୍ୟ ଆଗଧାଡ଼ିର କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି।

କର୍ମଚାରୀମାନଙ୍କ ବଳିଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୋଭିଡ୍-୧୯ ମହାମାରୀ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ, ପରିମଳ କର୍ମଚାରୀ, ଶିକ୍ଷକ ଏବଂ ଅନ୍ୟାନ୍ୟ ଆଗଧାଡ଼ିର କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି।

Untitled-22

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ସମୟରେ ଡ୍ୟୁଟିରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାର ପାଇଁ ଦିଲ୍ଲୀର ବିଜେପି ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। 

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୋଭିଡ୍ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ଖୁବ୍ ଶୀଘ୍ର ଏକ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୨୧ମସିହାରେ ସମାନ ଘୋଷଣା କରିଥିଲେ, କିନ୍ତୁ ଆମ ଆଦମୀ ପାର୍ଟି ସରକାର ଆଜି ପର୍ଯ୍ୟନ୍ତ କୋଭିଡ୍ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରି ପାରିଲା ନାହିଁ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ‘ ଯେ ପରିବାରକୁ କ୍ଷତିପୂରଣ ବଣ୍ଟନ ତ୍ୱରାନ୍ୱିତ କରିବା ପାଇଁ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି। ଏହି ଗୋଷ୍ଠୀର କାର୍ଯ୍ୟ ହେଉଛି ସମସ୍ତ ମାମଲା ପୁନଃ ଯାଞ୍ଚ କରିବ ଏବଂ ଯଥାଶୀଘ୍ର କୋଭିଡ୍ ଡ୍ୟୁଟି କରୁଥିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରିବ।ଏହି ଅନୁଦାନ ରାଶି କେବଳ ଆର୍ଥିକ ସହାୟତା ନୁହେଁ, ବରଂ କୃତଜ୍ଞତା, ନ୍ୟାୟ ଏବଂ ସଂହତିର ପ୍ରତୀକ ଅଟେ।’

କର୍ମଚାରୀମାନଙ୍କ ବଳିଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୋଭିଡ୍-୧୯ ମହାମାରୀ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ, ପରିମଳ କର୍ମଚାରୀ, ଶିକ୍ଷକ ଏବଂ ଅନ୍ୟାନ୍ୟ ଆଗଧାଡ଼ିର କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ବ୍ୟକ୍ତିମାନେ ନିଜ ଜୀବନର ଚିନ୍ତା ନକରି ସେବା କରିଛନ୍ତି ଏବଂ ସେମାନଙ୍କ ଅବଦାନ ଦିଲ୍ଲୀର ଇତିହାସରେ ସବୁଠାରୁ ନିଃସ୍ୱାର୍ଥପର ଏବଂ ପ୍ରେରଣାଦାୟକ ଅଧ୍ୟାୟ ଭାବରେ ରେକର୍ଡ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe