ବଦଳିଲା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ବ୍ୟବସ୍ଥା, ସିଆରପିଏଫ ନୁହେଁ ଏବେ ପୁଣି ଦିଲ୍ଲୀ ପୁଲିସ ଦେବ ସୁରକ୍ଷା

ଦିଲ୍ଲୀ ରାଜନୀତିରେ ସବୁଠାରୁ ବଡ଼ ଆଲୋଚନାର ପ୍ରସଙ୍ଗ ହେଉଛି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣ। ଏବେ ତାଙ୍କ ସୁରକ୍ଷା ଦାୟିତ୍ୱ ପୁଣିଥରେ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି।

t

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ ସବୁଠାରୁ ବଡ଼ ଆଲୋଚନାର ପ୍ରସଙ୍ଗ ହେଉଛି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣ। ଗତ ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ମିଳିଥିଲା, ଯେଉଁଥିରେ ସିଆରପିଏଫ କମାଣ୍ଡୋ ତାଙ୍କୁ ସୁରକ୍ଷା ଦେବେ ବୋଲି ଜଣାଯାଇଥିଲା। ଏବେ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ଗୁପ୍ତାଙ୍କୁ ଦିଆଯାଇଥିବା ଜେଡ୍ ବର୍ଗର ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ତାଙ୍କ ସୁରକ୍ଷା ଦାୟିତ୍ୱ ପୁଣିଥରେ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୦ରେ ସକାରିଆ ରାଜେଶଭାଇ ଖିମ୍‌ଜିଭାଇ ଘଟଣାସ୍ଥଳରେ କିଛି କାଗଜପତ୍ର ଧରି ପହଞ୍ଚିବାପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲା ଏବଂ ତାଙ୍କ ଉପରେ ଆକ୍ରମଣ କରିଥିଲା।  ପ୍ରଥମେ ଜଣାପଡ଼ିଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୁକ୍ତ ଚାପୁଡ଼ା ମାରିଥିଲା ଏବଂ ଠେଲି ତଳେ ପକାଇ ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। କେବଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପ୍ରୟାସ ହୋଇଥିବା ସେ କହିଥିଲେ।

ସୂଚନା ମୁତାବକ, ଏହି ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ପୁଲିସ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ରାଜେଶଙ୍କ ବନ୍ଧୁ ତହସିନ ସୟଦଙ୍କୁ ଗୁଜରାଟର ରାଜକୋଟରୁ ଗିରଫ କରିଛି। ପୁଲିସ କହିଛି ଯେ, ତହସିନ ଅଭିଯୁକ୍ତ ରାଜେଶଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ପଠାଇଥିଲେ ଏବଂ ଉଭୟ ନିରନ୍ତର ଯୋଗାଯୋଗରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe