ଆଲୋକ ନାଥଙ୍କୁ ଆଶ୍ବସ୍ତି

Advertisment
ଆଲୋକ ନାଥଙ୍କୁ ଆଶ୍ବସ୍ତି

ମୁମ୍ବାଇ : ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ଆଲୋକ ନାଥଙ୍କୁ ଆଜି ବଡ଼ ଆଶ୍ବସ୍ତି ମିଳିଛି। ଭିଣ୍ଟା ନନ୍ଦାଙ୍କ ଦ୍ବାରା ନାଥଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ଏକ ବ୍ୟକ୍ତିଗତ ପ୍ରତିଶୋଧ ହୋଇପାରେ ଏବଂ ନାଥଙ୍କୁ ଜାଣିଶୁଣି ଏହି ମାମଲାରେ ଫସାଇବାକୁ ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ମୁମ୍ବାଇ ସେ‌ସନ୍ସ କୋର୍ଟ ଆଜି କହିଛନ୍ତି। କୋର୍ଟ କହିଛନ୍ତି, ଭିଣ୍ଟା ସମସ୍ତ ଘଟଣା ମନେ ରଖିଛନ୍ତି କିନ୍ତୁ ସେ କେଉଁ ମାସ କେଉଁ ତାରିଖରେ ଘଟଣା ଘଟିଥିଲା ତାହା ମନେ ରଖିନାହାନ୍ତି। ଏଭଳି ପରିସ୍ଥିତିରେ ଆଲୋକ ନାଥଙ୍କୁ ଯେ ଭୁଲ୍‌ରେ ଏହି ମାମଲାରେ ଫସାଇ ଦିଆଯାଇଛି, ସେ ସମ୍ଭାବନାକୁ ଆଦୌ ଆଡ଼େଇ ଦିଆଯାଇ ନପାରେ। କୋର୍ଟ ନିକଟରେ ଆଲୋକ ନାଥଙ୍କୁ ଆଗୁଆ ଜାମିନ୍‌ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe