କୋଭିଡ୍‌ରେ ନିୟୋଜିତ ଡାକ୍ତରଙ୍କୁ ବିରାମ ଦିଅ: ସୁପ୍ରିମକୋର୍ଟ

Advertisment
କରୋନାରେ ମୃତକଙ୍କୁ କ୍ଷତିପୂରଣ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ, ସମସ୍ତ ମୃତ୍ୟୁକୁ ଚିକିତ୍ସା ଅବହେଳା ବୋଲି କହିହେବନାହିଁ

The Hindu

ନୂଆଦିଲ୍ଲୀଋ: ଦୀର୍ଘ ସାତ-ଆଠ ମାସ ଧରି କୋଭିଡ୍‌ କାର୍ଯ୍ୟରେ ନିୟୋଜିତ ଥିବା ଡାକ୍ତରମାନଙ୍କୁ ସାମୟିକ ଭାବେ ଅବ୍ୟାହତି ଦେବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପରାମର୍ଶ କରିଛନ୍ତି। ଏଭଳି ଅବିରତ କାମ କରିବା ଦ୍ବାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଜଷ୍ଟିସ୍‌ ଅଶୋକ ଭୂଷଣ, ଆର୍ ଏସ୍‌ ରେଡ୍ଡି ଓ ଜଷ୍ଟିସ୍‌ ଏମ୍‌ ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିପ୍ପଣୀ କରିଛନ୍ତି। କୋଭିଡ୍‌ ରୋଗୀମାନଙ୍କର ଯଥୋଚିତ ଚିକିତ୍ସା ଓ ମୃତ୍ୟୁ କ୍ଷେତ୍ରରେ ମର୍ଯ୍ୟାଦାର ସହ ପରିଚାଳନା ସଂକ୍ରାନ୍ତ ଏକ ମାମଲାକୁ ଆପଣା ଛାଏଁ ଅଦାଲତ ଗ୍ରହଣ କରି ଏହାର ଶୁଣାଣି କରିଥିଲେ। ଦୀର୍ଘ ଦିନ ଧରି ଅବିଶ୍ରାନ୍ତ ଭାବେ କୋଭିଡ୍‌ ଚିକିତ୍ସା କରି ଆସୁଥିବା ଡାକ୍ତରମାନଙ୍କୁ ନିଜ କାମରୁ କିଛି ସମୟ ପାଇଁ ବିରାମ ଦେବା ଲାଗି ସଲିସିଟର ଜେନେରାଲ ତୁଷାର ମେହଟାଙ୍କୁ ଅଦାଲତ ପ୍ରସ୍ତାବ ଦେଇଛନ୍ତି। ତେବେ ସରକାର ଏ ଦିଗରେ ବିଚାର କରିବେ ବୋଲି ମେହଟା ଖଣ୍ଡପୀଠଙ୍କୁ ଭରସା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe