ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ଆୟରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କଲା ରିଲାଏନ୍ସ ଜିଓ

Advertisment
ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ଆୟରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କଲା ରିଲାଏନ୍ସ ଜିଓ

IndianFolk

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡିଛି । ଜୁନ୍ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକ ନିମନ୍ତେ ଟ୍ରାଇ ପକ୍ଷରୁ ଚଳିତ ସପ୍ତାହରେ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡିଶା ସମେତ ଦେଶର ଦୁଇଟି ରାଜ୍ୟରେ ରିଲାଏନ୍ସ ଜିଓ ମୋଟ ଟେଲିକମ୍ ରାଜସ୍ୱର ୫୦% ବଜାର ଅଂଶ ହାସଲ କରିଛି ।

୨୦୨୦ ଏପ୍ରିଲରୁ ଜୁନ୍ ତ୍ରୟମାସିକ ଅବଧିରେ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ଆୟ ୧୫%ରୁ ଅଧିକ ବୃଦ୍ଧିପାଇ ୫୯୪.୩ କୋଟି ଟଙ୍କା ହୋଇଥିବା ରିପୋର୍ଟରେ କୁହାଯାଇଛି । ଆଲୋଚ୍ୟ ତ୍ରୟମାସିକରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ସଂଗ୍ରହ ୪.୬% ବୃଦ୍ଧିପାଇ ୧୧୭୪ କୋଟି ଟଙ୍କା ହୋଇଛି । ଏହି ତ୍ରୟମାସିକରେ ବିଏସିଏନଏଲର ମୋଟ ରାଜସ୍ୱରେ ପରିବର୍ତ୍ତନ ସମ୍ପର୍କରେ ରିପୋର୍ଟରେ କୌଣସି ଉଲ୍ଲେଖ ନଥିବାବେଳେ ଏହି ସମୟରେ ଉଭୟ ଏୟାରଟେଲ ଏବଂ ଭୋଡାଫୋନର ମୋଟ ରାଜସ୍ୱ ଆୟରେ ହ୍ରାସ ଘଟିଥିବା କୁହାଯାଇଛି । ରିପୋର୍ଟ ମୁତାବକ ଏହି ତ୍ରୟମାସିକରେ ଓଡିଶାରେ ଏୟାରଟେଲର ମୋଟ ରାଜସ୍ୱ ଆୟ ୪୩୪ କୋଟି ଟଙ୍କା ଏବଂ ଭୋଡାଫୋନ୍‌ର ୮୪.୨ କୋଟି ଟଙ୍କାକୁ ହ୍ରାସପାଇଛି । ଜୁନ୍ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସିକ ନିମନ୍ତେ ବିଏସଏନଏଲର ମୋଟ ରାଜସ୍ୱ ଆୟରେ ଘଟିଥିବା ପରିବର୍ତ୍ତନ ସମ୍ପର୍କରେ ଟ୍ରାଇ ପକ୍ଷରୁ ଘୋଷଣା କରାଯାଇନଥିବାରୁ ରିପୋର୍ଟରେ ବିଏସଏନଏଲର ମାର୍ଚ୍ଚ ତ୍ରୟମାସିକ ସୁଦ୍ଧା ରହିଥିବା ମୋଟ ରାଜସ୍ୱ ଆୟ ୫୮.୮ କୋଟି ଟଙ୍କା ଉଲ୍ଲେଖ କରାଯାଇଛି ।

Facebook invests $5.7bn in Indian telecoms firm Reliance Jio – The New  Economy The New Economy

ଜୁନ୍ ସୁଦ୍ଧା ଶେଷହୋଇଥିବା ତ୍ରୟମାସିକରେ ହଜାର ହଜାର ବ୍ୟବହାରକାରୀ ୱାର୍କ ଫ୍ରମ୍ ହୋମ୍ ବା ଘରୁ ରହି କାର୍ଯ୍ୟ କରିବା ଆପଣାଇବା ଏବଂ ସାମ୍ପ୍ରତିକ ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ ପାଠପଢା ଆରମ୍ଭ ହେବା ଫଳରେ ଡାଟା ବ୍ୟବହାରରେ ମଧ୍ୟ ଦ୍ରୁତ ବୃଦ୍ଧି ଘଟିଛି । ସମଗ୍ର ରାଜ୍ୟରେ ନିରନ୍ତର ହାଇସ୍ପିଡ ଇଂଟରନେଟ୍‌କୁ ସୁନିଶ୍ଚିତ କରିବା ସହିତ ରିଲାଏନ୍ସ ଜିଓ ଓଡ଼ିଶାର ୧୩ଟି ପ୍ରମୁଖ ସହରର ମୁଖ୍ୟ ମୁଖ୍ୟ ଅଂଚଳରେ ଜିଓଫାଇବର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଓଡ଼ିଶାରେ ମେ’ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଛି, ଯେଉଁ ସମୟରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଚଳିତ ବର୍ଷ ମେ’ ମାସରେ ଓଡ଼ିଶାରେ ରିଲାଏନ୍ସ ଜିଓ ୧.୮୭ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ କେବଳ ବିଏସଏନଏଲ ୫୨୩୨୯ ନୂଆ ଗ୍ରାହକ ଯୋଗ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe