ପ୍ରଥମ ନେଟୱାର୍କ ଭାବେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପହଞ୍ଚିଲା ଜିଓର ୪ଜି ସେବା

Advertisment
ପ୍ରଥମ ନେଟୱାର୍କ ଭାବେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପହଞ୍ଚିଲା ଜିଓର ୪ଜି ସେବା

ଶ୍ରୀନଗର: ପାଙ୍ଗୋଙ୍ଗ ହ୍ରଦ ନିକଟରେ ପହଞ୍ଚିଲା ଜିଓର ୪ଜି ସେବା। ଦେଶର ସର୍ବବୃହତ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓ ଏବେ ଲଦାଖ ଅଞ୍ଚଳର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ଏକ ଗାଁକୁ ୪ଜି ସେବା ଯୋଗାଇଛି। ଏହା ହେଉଛି ସେହି ଅଞ୍ଚଳ, ଯେଉଁଠି ଭାରତ ଓ ଚୀନ ସୈନିକ ପରସ୍ପରର ମୁହାଁମୁହିଁ ହୋଇଥିଲେ।

ଜାତୀୟ ଗଣମାଧ୍ୟମ ମୁତାବକ, ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ସ୍ପାଙ୍ଗମିକ୍ ଗ୍ରାମରେ ରିଲାଏନ୍ସ ଜିଓ ନିଜର ୪ଜି ଭଏସ୍ ଏବଂ ଡାଟା ସେବା ଆରମ୍ଭ କରିଛି। ପ୍ରଥମ ନେଟୱାର୍କ ଭାବରେ ପଙ୍ଗୋଙ୍ଗ ଏବଂ ଏହାର ଆଖପାଖରେ ୪ଜି ସୁବିଧା ଯୋଗାଇବାକୁ ଯାଉଛି ଜିଓ। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ପର୍ଯ୍ୟଟକମାନେ ଏଠାକୁ ଆସିବା ପରେ ସେମାନଙ୍କ ଫୋନରୁ ନେଟୱାର୍କ ଚାଲିଯାଇଥାଏ। ଏହା ଫଳରେ ପର୍ଯ୍ୟଟକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା। ହେଲେ ଏବେ ଜିଓ ସେବା ଯୋଗାଇବା ପରେ ସେ ସମସ୍ୟା ଦୂର ହେବ। ଲଦାଖର ଲୋକସଭା ସାଂସଦ ଜାମିଆଙ୍ଗ ସେରିଙ୍ଗ ନାମଗାଲ ସ୍ପାଙ୍ଗମିକ ଗ୍ରାମରେ ଜିଓ ମୋବାଇଲ ଟାୱାରର ଉଦଘାଟନ କରିଛନ୍ତି।

publive-image

ଉଦଘାଟନ ପରେ ସାଂସଦ ଜାମିଆଙ୍ଗ ସେରିଙ୍ଗ କହିଛନ୍ତି ଯେ, ଅନେକ ଦିନ ହେଲା ଗାଁର ଲୋକେ ୪ଜି ମୋବାଇଲ ନେଟୱାର୍କ ସୁବିଧା ପାଇଁ ଦାବି କରିଆସୁଥିଲେ। ଏତେ ଦିନ ପରେ ସେମାନଙ୍କ ଦାବି ପୂରଣ ହୋଇଛି। ୪ଜି ସେବା ଆସିବା ଦ୍ବାରା ଏହା ପର୍ଯ୍ୟଟକ ଏବଂ ଏହି ଅଞ୍ଚଳରେ ଥିବା ଯବାନମାନଙ୍କୁ ନିରନ୍ତର ସଂଯୋଗ ଯୋଗାଇବା ବ୍ୟତୀତ ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe