ପଞ୍ଜାବରେ ମୋବାଇଲ୍‌ ଟାଓ୍ଵାର୍‌ ଭଙ୍ଗା ବନ୍ଦ ପାଇଁ ସରକାରଙ୍କ ହସ୍ତକ୍ଷେପ ଲାଗି ହାଇକୋର୍ଟରେ ଆବେଦନ କରିବ ରିଲାଏନ୍‌ସ୍‌ ଜିଓ

'କିଛି ବାଟ ବାହାର କର', ଚାଷୀଙ୍କ ଦ୍ୱାରା ଅବରୋଧ ରାସ୍ତା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ କିଛି ଏଭଳି କହିଲେ ସୁପ୍ରିମକୋର୍ଟ

Image Courtesy of India Today

ନୂଆଦିଲ୍ଲୀ: କୃଷକମାନଙ୍କ ପ୍ରତିବାଦ ପ୍ରଦର୍ଶନ ସମୟରେ ପଞ୍ଜାବରେ ରିଲାଏନ୍‌ସ୍‌ ଜିଓର କେତେକ ମୋବାଇଲ୍‌ ଟାଓ୍ଵାର୍‌ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଭଙ୍ଗାରୁଜା ଘଟଣା ବନ୍ଦ କରାଇବାକୁ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପାଇଁ ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପିଟିସନ୍‌ ଦାଏର କରିବାକୁ ପ୍ରସ୍ତୁତି କରୁଛି।

ଗତ କେତେ ସପ୍ତାହ ହେବ ଚାଲିଥିବା ‘ଜିଓ’ ସମ୍ପତ୍ତି ନଷ୍ଟ ବନ୍ଦ କରାଇବା ଲାଗି ତୁରନ୍ତ ପଞ୍ଜାବ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବା ନିମନ୍ତେ ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌’ ‘ରିଲାଏନ୍‌ସ୍‌ ଜିଓ ଇମ୍ଫୋକମ୍‌ ଲିମିଟେଡ୍‌’ ଜରିଆରେ ହାଇକୋର୍ଟରେ ପିଟିସନ୍‌ ଦାଏର କରିବ।

ପିଟିସନ୍‌ରେ ରିଲାଏନ୍‌ସ୍‌ କହିଛି, ଏହି ହିଂସାକାଣ୍ଡ ଆମର ହଜାର ହଜାର କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଆଣିଛି। ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଭିତ୍ତିଭୂମି ନଷ୍ଟ ହେବା ଯୋଗୁଁ ଦୁଇଟି ରାଜ୍ୟରେ ଥିବା କମ୍ପାନିର ବିକ୍ରୟ ଓ ସେବା କେନ୍ଦ୍ର ସବୁ ପ୍ରଭାବିତ ହୋଇଛନ୍ତି।

publive-image Image Courtesy of National Herald

ନୂଆ କୃଷି ଆଇନ ଏବଂ ରିଲାଏନ୍‌ସ୍‌ ଜିଓ ଉପରେ କ୍ରୋଧାନ୍ଵିତ ହୋଇ କୃଷକମାନେ କିଛି ସପ୍ତାହ ତଳେ ପଞ୍ଜାବରେ ୨୦୦ରୁ ଅଧିକ ମୋବାଇଲ୍‌ ଟାଓ୍ଵାର୍‌ ଭାଙ୍ଗି ନଷ୍ଟ କରିଛନ୍ତି ବୋଲି କୁହାଯାଉଛି।

ଏହି ଭଙ୍ଗାରୁଜା ଘଟଣାରେ ହସ୍ତକ୍ଷେପ କରିବା ନିମନ୍ତେ ଗତ ସପ୍ତାହରେ ‘ରିଲାଏନ୍‌ସ୍‌ ଜିଓ ଇମ୍ଫୋକମ୍‌ ଲିମିଟେଡ୍‌’ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଏବଂ ପୁଲିସ ମହାନିର୍ଦେଶକଙ୍କୁ ଚିଠି ଲେଖିଥିଲା।

ଭଙ୍ଗାରୁଜା କାର୍ଯ୍ୟରେ ସମ୍ପୃକ୍ତ ନ ହେବାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କୃଷକମାନଙ୍କୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ପ୍ରାପ୍ତ ସୂଚନା ଅନୁସାରେ, ପଞ୍ଜାବ ରାଜ୍ୟରେ ସମୁଦାୟ ୯୦୦୦ ମୋବାଇଲ୍‌ ଟାଓ୍ଵାର୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe