ଗୁଜରାଟରେ ବିଶ୍ୱର ‘ବୃହତ୍ତମ ଚିଡ଼ିଆଖାନା’ ନିର୍ମାଣ କରିବ ରିଲାଏନ୍‌ସ୍‌

Advertisment
ଗୁଜରାଟରେ ବିଶ୍ୱର ‘ବୃହତ୍ତମ ଚିଡ଼ିଆଖାନା’ ନିର୍ମାଣ କରିବ ରିଲାଏନ୍‌ସ୍‌

Image Courtesy of The Times of India

ଅହମଦାବାଦ: ଗୁଜରାଟର ଜାମନଗରରେ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ବିଶ୍ୱର ବୃହତ୍ତମ ଚିଡ଼ିଆଖାନା ନିର୍ମାଣ କରିବ ବୋଲି ଶନିବାର ଦିନ କମ୍ପାନିର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି। ଏହି ଚିଡ଼ିଆଖାନାରେ ଭାରତ ଏବଂ ବିଶ୍ୱର ବିବିଧ ପ୍ରଜାତିର ପ୍ରାୟ ୧୦୦ ସଂଖ୍ୟକ ପଶୁ, ପକ୍ଷୀ ଓ ସରୀସୃପଙ୍କୁ ରଖାଯିବ।

ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସବା ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରକଳ୍ପିତ ଏହି ଚିଡ଼ିଆଖାନା ୨୮୦ ଏକର ପରିମିତ ଜମିରେ ନିର୍ମାଣ କରାଯିବ। ଏହି ଜମି ଜାମନଗର ନିକଟ ମୋତି ଖାଓ୍ଵଡ଼ିରେ ଥିବା କମ୍ପାନି ତଥା ବିଶ୍ୱର ବୃହତମ ତୈଳ ଶୋଧନ ପରିସର ନିକଟରେ ଅବସ୍ଥିତ।

publive-image Image Courtesy of Financial Times

କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ରହିଥିବା ଏହି ପ୍ରକଳ୍ପ ଯଦି ଆଉ ସ୍ଥଗିତ ନ ରହେ, ତେବେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଚିଡ଼ିଆଖାନାଟି ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହୋଇପାରିବ ବୋଲି କମ୍ପାନିର ଅଧିକାରୀଜଣକ କହିଛନ୍ତି।

ଏହି ଚିଡ଼ିଆଖାନାର ନାଁ ଦିଆଯିବ ‘ଗ୍ରିନ୍‌ସ୍‌ ଜୁଲୋଜିକାଲ୍‌, ରେସ୍କ୍ୟୁ ଆଣ୍ଡ୍‌ ରିହାବିଲିଟେସନ୍‌ କିଙ୍ଗ୍‌ଡମ୍‌’। ଚିଡ଼ିଆଖାନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଅନୁମୋଦନ ମିଳିସାରିଛି ବୋଲି ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ କର୍ପୋରେଟ୍‌ ବ୍ୟାପାରର ନିର୍ଦେଶକ ପରିମଳ ନାଥଓ୍ଵାନି କହିଛନ୍ତି।

ଏହି ଚିଡ଼ିଆଖାନାରେ ‘ଫରେଷ୍ଟ୍‍ ଇଣ୍ଡିଆ’, ‘ଫ୍ରଗ୍‌ ହାଉସ୍‌’, ‘ଇନ୍‌ସେକ୍ଟ୍‌ ଲାଇଫ୍‌’, ‘ଡ୍ରାଗନ୍‌ସ୍‌ ଲ୍ୟାଣ୍ଡ୍‌’ ‘ଏକ୍ସୋଟିକ୍‌ ଆଇଲାଣ୍ଡ୍‌’, ‘ଓ୍ଵାଇଲ୍‌ଡ୍‌ ଟ୍ରେଲ୍‌ ଅଫ୍‌ ଗୁଜରାଟ’ ଏବଂ ‘ଆକ୍ୱାଟିକ୍‌ କିଙ୍ଗଡମ୍‌’ ଭଳି ବିଭାଗ ସହ ଅନ୍ୟାନ୍ୟ ବିଭାଗ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe